ଖୋର୍ଦ୍ଧାରେ ଅଭାବନୀୟ ଘଟଣା । ବସ ଚାଲିଯିବାରୁ କାରକୁ ଲିଫ୍ଟ ମାଗିଥିଲେ ମହିଳା । ହେଲେ ସେବେଠାରୁ ଗାଏବ ।

Advertisment
ଖୋର୍ଦ୍ଧାରେ ଅଭାବନୀୟ ଘଟଣା । ବସ ଚାଲିଯିବାରୁ କାରକୁ ଲିଫ୍ଟ ମାଗିଥିଲେ ମହିଳା । ହେଲେ ସେବେଠାରୁ ଗାଏବ ।

କନକ ବ୍ୟୁରୋ: ଖୋର୍ଦ୍ଧାର ବେଗୁନିଆ ଥାନା ଛକରେ ମା’ ଓ ଝିଅ ବସ ପାଇଁ ଅପେକ୍ଷା କରିଥିଲେ । କିନ୍ତୁ ବସ ଫେଲ ହେବାରୁ ତରବରିଆ ଭାବେ ପଛରେ ଆସୁଥିବା ଏକ କାରକୁ ଲିଫ୍ଟ ମାଗିଥିଲେ । କାରବାଲା ଲିଫ୍ଟ ବି ଦେଲେ । ମା ରହିଗଲେ, ଝିଅ କାରରେ ଚାଲିଗଲେ । ଗତ ୧୯ ତାରିଖରେ ଶୁଭଲକ୍ଷ୍ମୀ ବାପଘର ବେଗୁନିଆକୁ ଆସି ୨୦ ତାରିଖ ସକାଳେ ବସରେ ଟାଙ୍ଗି ଯିବା ପାଇଁ ଅପେକ୍ଷା କରିଥିଲେ ।

ଏକମାତ୍ର ବସ ବାବମଣି ଟାଙ୍ଗି ଯାଏ । କିନ୍ତୁ ଏମାନେ ବସଷ୍ଟାଣ୍ଡରେ ପହଂଚୁ ପହଂଚୁ ବସ ଛାଡିଦେଇଥିଲା । ତେବେ ପ୍ରକାଶଙ୍କ ଶାଶୁ କାରର ରଙ୍ଗ ଧଳା ବୋଲି କହୁଥିବାବେଳେ ନମ୍ବର କହିପାରୁନାହାନ୍ତି । ନିଖୋଜ ଶୁଭଲକ୍ଷ୍ମୀଙ୍କ ପାଖରେ ମୋବାଇଲ ବି ନାହିଁ । ତେଣୁ ପୋଲିସ ତଦନ୍ତ କରିବାରେ ଅସୁବିଧା ହେଉଥବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe