କନକ ବ୍ୟୁରୋ: ଖୋର୍ଦ୍ଧାର ବେଗୁନିଆ ଥାନା ଛକରେ ମା’ ଓ ଝିଅ ବସ ପାଇଁ ଅପେକ୍ଷା କରିଥିଲେ । କିନ୍ତୁ ବସ ଫେଲ ହେବାରୁ ତରବରିଆ ଭାବେ ପଛରେ ଆସୁଥିବା ଏକ କାରକୁ ଲିଫ୍ଟ ମାଗିଥିଲେ । କାରବାଲା ଲିଫ୍ଟ ବି ଦେଲେ । ମା ରହିଗଲେ, ଝିଅ କାରରେ ଚାଲିଗଲେ । ଗତ ୧୯ ତାରିଖରେ ଶୁଭଲକ୍ଷ୍ମୀ ବାପଘର ବେଗୁନିଆକୁ ଆସି ୨୦ ତାରିଖ ସକାଳେ ବସରେ ଟାଙ୍ଗି ଯିବା ପାଇଁ ଅପେକ୍ଷା କରିଥିଲେ ।
ଏକମାତ୍ର ବସ ବାବମଣି ଟାଙ୍ଗି ଯାଏ । କିନ୍ତୁ ଏମାନେ ବସଷ୍ଟାଣ୍ଡରେ ପହଂଚୁ ପହଂଚୁ ବସ ଛାଡିଦେଇଥିଲା । ତେବେ ପ୍ରକାଶଙ୍କ ଶାଶୁ କାରର ରଙ୍ଗ ଧଳା ବୋଲି କହୁଥିବାବେଳେ ନମ୍ବର କହିପାରୁନାହାନ୍ତି । ନିଖୋଜ ଶୁଭଲକ୍ଷ୍ମୀଙ୍କ ପାଖରେ ମୋବାଇଲ ବି ନାହିଁ । ତେଣୁ ପୋଲିସ ତଦନ୍ତ କରିବାରେ ଅସୁବିଧା ହେଉଥବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/03/OTS-2.png)