ମହିଳା ମାଓବାଦୀଙ୍କୁ ଦିଆଯାଉଛି ନିର୍ଯାତନା! ଚାଞ୍ଚଲ୍ୟକର ତଥ୍ୟ ରଖିଲେ ନବରଙ୍ଗପୁର ଏସପି ।

304

କନକ ବ୍ୟୁରୋ: ମାଓ କ୍ୟାମ୍ପରେ ଯୌନଶୋଷଣ ! ମହିଳା ମାଓବାଦୀଙ୍କୁ ଦିଆଯାଉଛି ନିର୍ଯାତନା! ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ନବରଙ୍ଗପୁର ଏସପି । ଛତିଶଗଡ଼ ମାଓ ହମ୍ଲା ଘଟଣା ପରେ ସୀମାନ୍ତରେ ଥିବା ଓଡ଼ିଶାର ୩ ଜିଲ୍ଲାରେ ଜୋରଦାର ହୋଇଛି ସର୍ଜ ଅପରେସନ୍ । ଆଉ ଠିକ୍ ଏହି ସମୟରେ ନବରଙ୍ଗପୁର ଜିଲ୍ଲା ସୀମା ମାଓ କ୍ୟାମ୍ପରୁ ଜବତ ହୋଇଛି ବିପୁଳ ସାମଗ୍ରୀ । ଏଥିରେ ଗର୍ଭନିରୋଧକ ଔଷଧ ଓ କଣ୍ଡୋମ ଜବତ ହୋଇଛି । ନକ୍ସଲଙ୍କ କ୍ୟାମ୍ପରୁ ମାଓବାଦୀଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଭିତରେ ଏଭଳି ସାମଗ୍ରୀ ଜବତ ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହିଳା ମାଓବାଦୀଙ୍କୁ ମାଓ କ୍ୟାମ୍ପରେ ଯୌନ ଶୋଷଣ କରାଯାଉଛି ବୋଲି କହିଛନ୍ତି ଖୋଦ୍ ଏସପି ।

ବେଳେବେଳେ ସୁରକ୍ଷାକର୍ମୀଙ୍କ ଆକ୍ରମଣର ଜବାବ ଦେଇନପାରି ଛତ୍ରଭଙ୍ଗ ଦିଅନ୍ତି ମାଓବାଦୀ । ହେଲେ ଜଙ୍ଗଲ ଭିତରେ ମାଓବାଦୀ ଯେଉଁ କ୍ୟାମ୍ପ କରି ରହିଥାନ୍ତି ସେଠାରେ ସେମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀ ଛାଡିଯାଆନ୍ତି । ମାରଣାସ୍ତ୍ର ଓ ବିସ୍ଫୋରକ ମଧ୍ୟ ଜବତ କରି ପୋଲିସ ଏହାକୁ ପ୍ରଦର୍ଶନ କରିଥାଏ । ହେଲେ ମାଓ କ୍ୟାମ୍ପରେ ଚାଲିଛି କ’ଣ, ଯେଉଁ ତଥ୍ୟ ଏସପି ରଖିଛନ୍ତି, ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।