ଝିଅକୁ କରୋନା ଭୁତାଣୁରୁ ବଞ୍ଚାଇବା ପାଇଁ ମା’ ବାହାର କଲେ ନୂଆ ଉପାୟ : ପ୍ରସ୍ତୁତ କଲେ ଆଣ୍ଟି କରୋନା ଭାଇରସ୍ ଟେଣ୍ଟ୍ ।

498

ଘାତକ କରୋନା ଭାଇରସ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ମୁଖ୍ୟତଃ ଏହି ଭାଇରସରୁ ନିଜକୁ ରକ୍ଷା କରିବା ପାଇଁ ସ୍ଵଚ୍ଛତା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଚୀନରେ କରୋନା ଆକାନ୍ତଙ୍କ ସଂଖ୍ୟା ଥମୁନଥିବା ବେଳେ ଜଣେ ମା , ନିଜ ଝିଅକୁ ବଞ୍ଚାଇବା ପାଇଁ ନିଆରା ଉପାୟ ଅବଲମ୍ବନ କରିଛନ୍ତି । ଚୀନର ହୁବେଇ ପ୍ରାନ୍ତର ୭ ବର୍ଷୀୟ ବି.ମେନଗିଙ୍କ ପାଇଁ ତାଙ୍କ ମା ପ୍ରସ୍ତୁତ କରିଛନ୍ତି ଏକ ଖାସ ପଲିଥିନ ଟେଣ୍ଟ । ଯାହାଦ୍ୱାରା ସେ କରୋନା ଭାଇରସ ସଂକ୍ରମଣରୁ ବଞ୍ଚି ପାରିବେ ଏବଂ ଅନଲାଇନ କ୍ଳାସେସ ଆଟେଣ୍ଡ କରିପାରିବେ ।

କାରଣ ଘର ଭିତରେ ନେଟୱାର୍କ କନେକ୍ସନ ବହୁତ ଦୁର୍ବଳ । ସେଥିପାଇଁ ପଲିଥିନ ସାହାଯ୍ୟରେ ଏହି ଆଣ୍ଟି କରୋନା ଭାଇରସର ଟେଣ୍ଟ ପ୍ରସ୍ତୁତ କରାଯାଇଛି ଯେଉଁଠି ବସି ମେନଗି ପାଠ ପଢି ପାରିବେ । ଚୀନରେ କରୋନା ଭାଇରସର ପ୍ରକୋପ ବଢିବାରେ ଲାଗିଛି । ସେଠାକାର ଲୋକମାନେ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି । ଦୋକାନ ବଜାର ବନ୍ଦ ରହୁଥିବା ବେଳେ ଟ୍ରାନ୍ସପୋର୍ଟିଂ ସିଷ୍ଟମ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଠପ ହୋଇପଡିଛି । ଲୋକମାନେ ନିଜ ଘରେ ରହିବାକୁ ବାଧ୍ୟ ହୋଇପଡିଛନ୍ତି । ଅଧିକାଂଶ ଲୋକେ ନିଜ ଘରେ କାମ କରୁଛନ୍ତି । ଏହା ସହିତ ସ୍କୁଲ କଲେଜ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନେ ଘରେ ହିଁ ଅନଲାଇନ କ୍ଳାସେସ ଆଟେଣ୍ଡ କରୁଛନ୍ତି ।

 

ତେବେ ହୁବେଇର ଏକ ପ୍ରାନ୍ତରେ ଝିଅଟି ପଲିଥିନ ଟେଣ୍ଟ ଭିତରେ ବସି ପାଠ ପଢୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ମେନଗିଙ୍କ ମା ତାଙ୍କ ପାଇଁ ଏକ ଆଣ୍ଟି-କରୋନା ଭାଇରସ ଟେଣ୍ଟ ପ୍ରସ୍ତୁତ କରିଛନ୍ତି ଯାହାଦ୍ୱାରା ସେ ବିନା କୌଣସି ବାଧାରେ ବସି ପାଠ ପଢିପାରିବେ । ସୂଚନା ମୁତାବକ, ଚୀନର କିଛି ସ୍ଥାନରେ ସ୍କୁଲ କଲେଜ ବନ୍ଦ କରିଦିଆଯାଇଛି । ସ୍କୁଲ ପିଲାମାନଙ୍କୁ ଅନଲାଇନ ପାଠ ପଢାଯାଉଛି , ଯାହା ଦ୍ୱାରା ସେମାନଙ୍କର ପାଠପଢ଼ାରେ କୌଣସି କ୍ଷତି ହେବନାହିଁ ଏବଂ ସେମାନେ ଏହି ସଂକ୍ରମଣରୁ ମଧ୍ୟ ବଞ୍ଚିପାରିବେ । ମୋବାଇଲ ଆପ ଓ ଲାଇଭ ଷ୍ଟ୍ରିମିଙ୍ଗ ସାହାଯ୍ୟରେ ଏପରି କରାଯାଉଛି ।