ଟିପିଏନଓଡିଏଲ ପକ୍ଷରୁ ମହିଳା ସାକ୍ଷରତା କାର୍ଯ୍ୟକ୍ରମ

ଟିପିଏନଓଡିଏଲ ପକ୍ଷରୁ ମହିଳା ସାକ୍ଷରତା କାର୍ଯ୍ୟକ୍ରମ

କନକ ବ୍ୟୁରୋ: ଉତ୍ତମ ରାଷ୍ଟ୍ର ଗଠନ କ୍ଷେତ୍ରରେ ଶିକ୍ଷାର ମୌଳିକ ଆବଶ୍ୟକତା ରହିଛି । ଶିକ୍ଷା ଏକ ଜାତିର ଭାଗ୍ୟ ନିର୍ଦ୍ଧାରଣ କରେ । ତେଣୁ ନିରକ୍ଷର ମହିଳାମାନଙ୍କୁ ସାକ୍ଷରତା ଅଭିମୁଖେ ଏକ ପାଦ ନେବା ପାଇଁ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ମହିଳା ଶିକ୍ଷାଦାନ କେନ୍ଦ୍ର ଜରିଆରେ ମହିଳାମାନଙ୍କୁ ମୌଳିକ ଭାଷା ସମ୍ପର୍କରେ ଶିକ୍ଷା ଦେବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରୁଛି ।

publive-image

ଟିପିଏନଓଡିଏଲ ପକ୍ଷରୁ ନିରକ୍ଷର ମହିଳାମାନଙ୍କୁ ଓଡ଼ିଆ ଭାଷା ସମ୍ପର୍କିତ ମୌଳିକ ଶିକ୍ଷାଦାନ ଦିଆଯିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି । ୬ମାସର ପାଠ୍ୟକ୍ରମ ଅବଧି ମଧ୍ୟରେ ଅଭିଜ୍ଞ ପ୍ରଶିକ୍ଷକମାନଙ୍କ ଦ୍ଵାରା ସେମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉଥିବା ବେଳେ ପାଠ୍ୟକ୍ରମ ସାରି ମହିଳାମାନେ ମୌଳିକ ଶିକ୍ଷା ଲାଭ କରିବା ସହ ନିଜର ଜୀବନଶୈଳୀକୁ ପରିବର୍ତ୍ତନ କରିବାରେ ସକ୍ଷମ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଟିପିଏନଓଡିଏଲ ପକ୍ଷରୁ ପ୍ରଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବାଲେଶ୍ଵରରେ ଅନୁଷ୍ଠିତ ହୋଇଯାଇଛି। ଟିପିଏନଓଡିଏଲ ସିଇଓ ଦ୍ଵିଜଦାସ ବସକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଶିକ୍ଷା ଦାନ କେନ୍ଦ୍ରର ପ୍ରଶିକ୍ଷାର୍ଥୀମାନଙ୍କୁ ପାଠ୍ୟକ୍ରମ ଶେଷର ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

ଏହି ଅବସରରେ ଟିପିଏନଓଡିଏଲ ସିଇଓ ବସକ ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିବା ସହ ଟିପିଏନଓଡିଏଲ ଜାରି ରଖିଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଗାଡି, ଦକ୍ଷତା ବିକାଶ କେନ୍ଦ୍ର ଜରିଆରେ ଯୁବପିଢୀଙ୍କୁ ଦିଆଯାଉଥିବା ପ୍ରଶିକ୍ଷଣ ପ୍ରସଙ୍ଗରେ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ ଦର୍ଶାଇଥିଲେ ଯେ ଶିକ୍ଷା ନାରୀ ସଶକ୍ତିକରଣର ମୂଳଦୁଆ ଅଟେ । ଆପଣମାନଙ୍କୁ ଏହି ସାର୍ଟିଫିକେଟ ପ୍ରଦାନ ଏକ ଔପଚାରିକତା ମାତ୍ର, ହେଲେ ଆପଣ ଲାଭ କରିଥିବା ଶିକ୍ଷା ଆପଣଙ୍କ ଜୀବନକୁ ସଂଗଠିତ କରିବାରେ ନିଶ୍ଚୟ ସହାୟକ ହେବ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୩ଶହ ଜଣ ପ୍ରଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ଏଯାବତ୍ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ୧୮ଶହରୁ ଅଧିକ ମହିଳାଙ୍କୁ ଶିକ୍ଷାଦାନ ଦିଆଯାଇଛି ।

ସେହିପରି ଟିପିଏନଓଡିଏଲ ଯାଜପୁର ଦକ୍ଷତା ବିକାଶ କେନ୍ଦ୍ରରୁ ଉତ୍ତୀର୍ଣ୍ଣ ପ୍ରଶିକ୍ଷାର୍ଥୀଙ୍କୁ ସାର୍ଟିଫିକେଟ ବଣ୍ଟନ ସମାରୋହ ସିଇଓ ଦ୍ୱଜଜଦାସ ବସକ, ସିଏସଆର ବିଭାଗ ମୁଖ୍ୟ ଦିଲ୍ଲୀପ କୁମାର ସାହୁ , ନିର୍ବାହୀ ଯନ୍ତ୍ରୀ ଦୀପକ କୁମାର ବେହେରାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଟେଲରିଂ, କମ୍ପ୍ୟୁଟର, ଇଲେକ୍ଟ୍ରିକାଲ୍ ଉପକରଣ ଏବଂ ସ୍ପୋକେନ୍ ଇଂରାଜୀ ଆଦି ପାଠ୍ୟକ୍ରମ ସଫଳତାର ସହିତ ସଂପୂର୍ଣ୍ଣ କରିଥିବା ୨୫୦ ଜଣ ପ୍ରଶିକ୍ଷାର୍ଥୀମାନଙ୍କୁ ରାଷ୍ଟ୍ରୀୟ କୌଶଳ ବିକାଶ ନିଗମ ଅନୁମୋଦିତ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe