ରୋଡ୍ ଶୋ ସମୟରେ ନେତାଙ୍କୁ ଜନତା ଚାପୁଡା ମାରୁଥିବା ବେଳେ ସନିଙ୍କୁ ମିଳିଲା ଚୁମ୍ବନ ! ନିର୍ବାଚନୀ ଗାଡି ଉପରକୁ ଚଢି ସନିଙ୍କୁ ମହିଳା ଦେଲେ ଚୁମ୍ବନ

ରୋଡ୍ ଶୋ ସମୟରେ ନେତାଙ୍କୁ ଜନତା ଚାପୁଡା ମାରୁଥିବା ବେଳେ ସନିଙ୍କୁ ମିଳିଲା ଚୁମ୍ବନ ! ନିର୍ବାଚନୀ ଗାଡି ଉପରକୁ ଚଢି ସନିଙ୍କୁ ମହିଳା ଦେଲେ ଚୁମ୍ବନ

Lokmat News Hindi

ଆଗକୁ ଲୋକସଭା ନିର୍ବାଚନର ଷଷ୍ଠ ଏବଂ ସପ୍ତମ ପର‌୍ୟ୍ୟାୟ ମତଦାନ ଥିବା ବେଳେ ବିଭିନ୍ନ ଦଳମାନେ ରାଲି, ରୋଡ୍ ସୋ’ ଏବଂ ଜନସଭାର ଆୟୋଜନ କରି ପ୍ରଚାରକୁ ଜୋରସୋର କରିଛନ୍ତି । ତେବେ ଏଇ କିଛି ଦିନ ମଧ୍ୟରେ ନେତାମାନଙ୍କୁ ଚପଲ ଫିଙ୍ଗାଯିବା ସହ ଚାପୁଡ଼ା ମରାଯାଉଥିବାର ଦେଖା ଯାଉଥିବା ବେଳେ ଅଭିନେତା ତଥା ଗୁରୁଦାସପୁରରୁ ବିଜେପିର ଲୋକସଭା ପ୍ରାର୍ଥୀ ଥିବା ସନ୍ନି ଦେଓଲଙ୍କୁ ଚୁମ୍ବନ ମିଳୁଥିବା ଦେଖା ଯାଇଛି । ଏକ ରୋଡ୍ ସୋ’ରେ ଜଣେ ମହିଳା ସନ୍ନିଙ୍କ ପ୍ରଚାର ଗାଡ଼ି ଉପରକୁ ଚଢ଼ି ତାଙ୍କୁ ଚୁମ୍ବନ ଦେଉଥିବାର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି । ବୁଧବାର ସେ ବଟାଲାରେ ରୋଡ୍ ସୋ’ କରୁଥିବା ସମୟରେ ଏହି ଘଟଣା ଘଟିଥିଲା ।

publive-image

ଭାଇରାଲ ଭିଡିଓରେ, ହଠାତ୍ ମହିଳା ସନ୍ନିଙ୍କ ଗାଡ଼ିକୁ ଚଢ଼ିଯିବା ପରେ ସେ ସନ୍ନିଙ୍କ ସହ ଫଟୋ ଉଠାଇବା ପାଇଁ ଏପରି କରିଥିବା ଭାବିଥିଲେ ଲୋକେ । କିନ୍ତୁ ପରେ ସେ ସନ୍ନିଙ୍କ ସହ ହାତ ମିଳାଇ ତାଙ୍କୁ ଚୁମ୍ବନ ଦେଇଥିଲେ । ଏପରି ଘଟିବ ବୋଲି କଳ୍ପନା ବି କରି ନଥିଲେ ସନ୍ନି । ଆଲିଙ୍ଗନ କରି ଚୁମ୍ବନ ଦେବା ପରେ ମହିଳାଜଣଙ୍କ ତଳକୁ ଓହ୍ଲାଇ ଆସିଥିବା ଦେଖା ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe