ଆଗକୁ ଲୋକସଭା ନିର୍ବାଚନର ଷଷ୍ଠ ଏବଂ ସପ୍ତମ ପର୍ୟ୍ୟାୟ ମତଦାନ ଥିବା ବେଳେ ବିଭିନ୍ନ ଦଳମାନେ ରାଲି, ରୋଡ୍ ସୋ’ ଏବଂ ଜନସଭାର ଆୟୋଜନ କରି ପ୍ରଚାରକୁ ଜୋରସୋର କରିଛନ୍ତି । ତେବେ ଏଇ କିଛି ଦିନ ମଧ୍ୟରେ ନେତାମାନଙ୍କୁ ଚପଲ ଫିଙ୍ଗାଯିବା ସହ ଚାପୁଡ଼ା ମରାଯାଉଥିବାର ଦେଖା ଯାଉଥିବା ବେଳେ ଅଭିନେତା ତଥା ଗୁରୁଦାସପୁରରୁ ବିଜେପିର ଲୋକସଭା ପ୍ରାର୍ଥୀ ଥିବା ସନ୍ନି ଦେଓଲଙ୍କୁ ଚୁମ୍ବନ ମିଳୁଥିବା ଦେଖା ଯାଇଛି । ଏକ ରୋଡ୍ ସୋ’ରେ ଜଣେ ମହିଳା ସନ୍ନିଙ୍କ ପ୍ରଚାର ଗାଡ଼ି ଉପରକୁ ଚଢ଼ି ତାଙ୍କୁ ଚୁମ୍ବନ ଦେଉଥିବାର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି । ବୁଧବାର ସେ ବଟାଲାରେ ରୋଡ୍ ସୋ’ କରୁଥିବା ସମୟରେ ଏହି ଘଟଣା ଘଟିଥିଲା ।
ଭାଇରାଲ ଭିଡିଓରେ, ହଠାତ୍ ମହିଳା ସନ୍ନିଙ୍କ ଗାଡ଼ିକୁ ଚଢ଼ିଯିବା ପରେ ସେ ସନ୍ନିଙ୍କ ସହ ଫଟୋ ଉଠାଇବା ପାଇଁ ଏପରି କରିଥିବା ଭାବିଥିଲେ ଲୋକେ । କିନ୍ତୁ ପରେ ସେ ସନ୍ନିଙ୍କ ସହ ହାତ ମିଳାଇ ତାଙ୍କୁ ଚୁମ୍ବନ ଦେଇଥିଲେ । ଏପରି ଘଟିବ ବୋଲି କଳ୍ପନା ବି କରି ନଥିଲେ ସନ୍ନି । ଆଲିଙ୍ଗନ କରି ଚୁମ୍ବନ ଦେବା ପରେ ମହିଳାଜଣଙ୍କ ତଳକୁ ଓହ୍ଲାଇ ଆସିଥିବା ଦେଖା ଯାଇଛି ।
#WATCH: Actor-turned-politician Sunny Deol who is the BJP candidate from Gurdaspur Lok Sabha seat was kissed on his cheek by a woman during his roadshow in Batala, Punjab yesterday. pic.twitter.com/YTQvNDzRYL
— ANI (@ANI) May 9, 2019
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/s1-4_20190590264.jpg)
/kanak/media/post_attachments/wp-content/uploads/2019/05/14_17_052293380suny1-300x200.jpg)