ଅରାଚଣ୍ଡୀ ପାଟରେ ବିଦେଶାଗତ ପକ୍ଷୀଙ୍କ ଭିଡ଼ । ପକ୍ଷୀଙ୍କ ସୁରକ୍ଷା ପାଇଁ ପାଳି କରି ଶିକାରୀଙ୍କ ଉପରେ ନଜର ରଖିଛନ୍ତି ସ୍ଥାନୀୟ ମହିଳା ।

ଅରାଚଣ୍ଡୀ ପାଟରେ ବିଦେଶାଗତ ପକ୍ଷୀଙ୍କ ଭିଡ଼ । ପକ୍ଷୀଙ୍କ ସୁରକ୍ଷା ପାଇଁ ପାଳି କରି ଶିକାରୀଙ୍କ ଉପରେ ନଜର ରଖିଛନ୍ତି  ସ୍ଥାନୀୟ ମହିଳା ।

କନକ ବ୍ୟୁରୋ : ଶୀତୁଆ ପରିବେଶ ସାଙ୍ଗକୁ ଉପଯୁକ୍ତ ଖାଦ୍ୟ ପାଇଁ ବାଙ୍କୀ ଅଂଶୁପା ହ୍ରଦ ନିକଟ ଅରାଚଣ୍ଡୀ ପାଟରେ ଭିଡ ଲଗାଇଛନ୍ତି ବିଦେଶାଗତ ପକ୍ଷୀ । ହେଲେ ଅରାଚଣ୍ଡୀ ପାଟକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ବନବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ, ତେଣୁ ସେମାନଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ଅଞ୍ଚଳର ମହିଳା । ପାଳି କରି ଏହି ବିଦେଶାଗତ ପକ୍ଷୀଙ୍କୁ ସୁରକ୍ଷା ଦେବା ସହ ପକ୍ଷୀ ଶିକାର ରୋକିବା ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି ।

ବାଙ୍କୀ ଅଂଶୁପା ହ୍ରଦ ନିକଟରେ ଥିବା ଅରାଚଣ୍ଡୀ ପାଟ । ବିଦେଶାଗତ ପକ୍ଷୀଙ୍କ ଆଗମନରେ ଚଳଚଞ୍ଚଳ ପାଟ ଅଞ୍ଚଳ । ଅନୁକୂଳ ପରିବେଶ ସାଙ୍ଗକୁ ଆବଶ୍ୟକୀୟ ଖାଦ୍ୟ ମିଳୁଥିବାରୁ ପ୍ରାୟ ୧୧୦ରୁ ଅଧକ ପ୍ରଜାତିର ପ୍ରାୟ ଏକୋଇଶ ହଜାର ପକ୍ଷୀ ଆସିଛନ୍ତି । ହେଲେ ଏମାନଙ୍କ ପାଇଁ ବନବିଭାଗ କୌଣସି ପଦକ୍ଷେପ ନେଉନଥିବାରୁ ପକ୍ଷୀ ଶିକାର ବଢିଚାଲିଛି । ଶିକାରୀମାନେ ଜାଲ ବିଛାଇ ବିରଳ ପକ୍ଷୀଙ୍କୁ ଶିକାର କରୁଛନ୍ତି । ହେଲେ ଏବେ ଆଉ ନିଜ ଉଦ୍ୟମରେ ସଫଳ ହେବେ ନାହିଁ ଶିକାରୀ । କାରଣ ସେମାନଙ୍କ ବାଟରେ କଣ୍ଟା ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ମହିଳା ।

ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ଆଗକୁ ଆସିଛନ୍ତି ସ୍ଥାନୀୟ ଅଞ୍ଚଳର ମହିଳା । ଡିସେମ୍ବର ଠାରୁ ଫେବୃଆରୀ, ଏହି ତିନିମାସ ପର୍ଯ୍ୟନ୍ତ ଘର ପିଛା ପାଳି କରି ମହିଳାମାନେ ପକ୍ଷୀଙ୍କୁ ସୁରକ୍ଷା ଦେଇଥାନ୍ତି । ବନବିଭାଗ ପକ୍ଷରୁ ଅରାଚଣ୍ଡୀ ପାଟରେ ପକ୍ଷୀଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବା ବେଳେ ମହିଳାଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe