ଜାପାନରେ ମହିଳାଙ୍କ ହାଇ ହିଲ ପିନ୍ଧିବାକୁ ନେଇ ମନ୍ତ୍ରୀଙ୍କ ଦିଆଯାଇଥିବା ଏକ ବୟାନକୁ ନେଇ ବିବାଦ ଦେଖାଦେଇଛି । ମନ୍ତ୍ରୀ କହିଛନ୍ତି କି, କାର୍ଯ୍ୟସ୍ଥଳୀରେ ମହିଳାଙ୍କ ହାଇ ହିଲ ସ୍ୟାଣ୍ଡଲ ପିନ୍ଧିବାକୁ ଏବେ ସମାଜ ସ୍ୱୀକାର କରିନେଲାଣି । ଏମିତିରେ ଅନେକ ବର୍ଷ ପରେ ଏଥିରେ ପରିବର୍ତ୍ତନ ଆଣିବା ଠିକ୍ ନୁହେଁ । ଏବଂ ଅଫିସରେ ଜାପାନୀ ମହିଳାଙ୍କ ହାଇ ହିଲ ପିନ୍ଧିବା ଜରୁରୀ ହୋଇଗଲାଣି ।

Advertisment

publive-image

ଜାପାନର ଚାକିରୀ କରୁଥିବା ମହିଳାମାନେ ଅଫିସରେ ହାଇ ହିଲ ସ୍ୟାଣ୍ଡଲ ପିନ୍ଧିବା ଉପରେ ନିଷେଧ କରିବା ପାଇଁ ଦାବି କରିଥିଲେ । ଏହା ଉପରେ ଦେଇଥିବା ପିଟିସନ୍ ଉପରେ ଜାପାନର ସ୍ୱାସ୍ଥ୍ୟ ଓ ଶ୍ରମ ମନ୍ତ୍ରୀ ଏହି ବୟାନ ଦେଇଛନ୍ତି । ଅଫିସରେ ହାଇ ହିଲ ସ୍ୟାଣ୍ଡଲ ବିରୁଦ୍ଧରେ ୪ ଜୁନ୍ ପର୍ଯ୍ୟନ୍ତ ପାଖାପାଖି ୧୯ ହଜାର ଲୋକ ଏହି ପିଟିସନ୍ ଉପରେ ଦସ୍ତଖତ କରିଛନ୍ତି । ଯେଉଁଥିରେ ଦାବି କରାଯାଇଛି କି, ଅଫିସରେ ଡ୍ରେସକୋଡ ନାଁରେ ମହିଳାଙ୍କୁ ହାଇ ହିଲ ପିନ୍ଧିବାକୁ ବାଧ୍ୟ କରାନଯାଉ । ଏହି ପିଟିସନ୍ ସ୍ୱାସ୍ଥ୍ୟ ଓ ଶ୍ରମ ମନ୍ତ୍ରାଳୟକୁ ପଠାଯାଇଛି । ଏହି ଦାବି ସର୍ବପ୍ରଥମେ ଜାପାନୀ ଅଭିନେତ୍ରୀ, ଲେଖିକା ଓ ମହିଳା ଅଧିକାରୀଙ୍କ ପାଇଁ କାମ କରୁଥିବା ୟୁମି ଇସିକୱା ଉଠାଇଥିଲା । ଏହି ଦାବି ସମର୍ଥନରେ ୬୭ ହଜାର ଲୋକ ତାଙ୍କ ଟ୍ୱିଟକୁ ଲାଇକ୍ କରିଛନ୍ତି ଓ ୩୦ହଜାର ରିଟ୍ୱିଟ୍ କରିଛନ୍ତି ।