କନକ ବ୍ୟୁରୋ: ରାଜଧାନୀର ଲୋୟର ପିଏମଜିରେ ଅଭିନବ ପ୍ରତିବାଦ । ଆଜି ମାର୍ଗଶୀର ମାସ ଚତୁର୍ଥ ଗୁରୁବାରରେ ରାସ୍ତା ଉପରେ ମାଣବସା ଓଷା କରି ପ୍ରତିବାଦ ଜଣାଇଛନ୍ତି ନିଖିଳ ଓଡିଶା ତାଲିମ ପ୍ରାପ୍ତ ମହିଳା ସ୍ୱାସ୍ଥ୍୍ୟ କର୍ମୀ । ଏମାନେ ସମସ୍ତେ ୨୦୦୬ ମସିହାରୁ ଧନ୍ଦାମୂଳକ ତାଲିମ ନେଇ ସାରିଛନ୍ତି । ହେଲେ ଘୋଷଣା ମୁତାବକ ତାଙ୍କ ପାଇଁ ପଦବୀ ବାହାରୁ ନାହିଁ । ଏବେ ରାଜ୍ୟରେ ଏହିଭଳି ୧୭ ହଜାରରୁ ଅଧିକ ତାଲିମପ୍ରାପ୍ତ ମହିଳା ଏଏନଏମ୍ ରହିଛନ୍ତି । ଏମାନେ ସମସ୍ତେ ବେକାର ରହିଛନ୍ତି । ସରକାର ତୁରନ୍ତ ସେମାନଙ୍କ ଦାବି ପୂରଣ ନକଲେ ଡିସେମ୍ୱର ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।
ନିଯୁକ୍ତି ଦାବି ନେଇ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ଦୀର୍ଘଦିନ ଧରି ଧାରାରେ ବସିଛନ୍ତି । ଲୋୟର ପିଏମଜିଠାରେ ଶହ ଶହ ତାଲିମପ୍ରାପ୍ତ ସ୍ବାସ୍ଥ୍ୟ କର୍ମୀ ବସି ରହି ସରକାର ବିରୋଧୀ ନାରାବାଜି କରୁଛନ୍ତି। ଡିସେମ୍ବର ୧ ସୁଦ୍ଧା ଦାବି ପୂରଣ ପାଇଁ ସରକାର ପଦକ୍ଷେପ ନ ନେଲେ, ସେହିଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବା ସହ କର୍ମୀମାନେ ସମୂହ ଆତ୍ମାହୁତି ଦେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ତେବେ ସଂଘର ଦାବି ରହିଛି କି , ୧୩ ବର୍ଷ ହେବ ୧୭ହଜାରରୁ ଅଧିକ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ୍ ପାଇ ବେକାର ହୋଇ ବସିଛନ୍ତି। ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ସରକାର ଚିନ୍ତା କରୁନାହାନ୍ତି। ଏଣେ ତାଲିମ୍ ଦେବା ପାଇଁ ବିଭିନ୍ନ ଅନୁଷ୍ଠାନକୁ ସ୍ବୀକୃତି ଦେଉଛନ୍ତି। ମୋ’ ସରକାର ଅଧୀନରେ ସରକାର ଯେଉଁ ‘୫-ଟି’ କଥା କହୁଛନ୍ତି, ତାହା ସମ୍ପୂର୍ଣ୍ଣ ପ୍ରହସନ। ମହିଳାମାନେ ଯେଉଁଠି ସ୍ବାବଲମ୍ବୀ ନୁହନ୍ତି, ସେଠାରେ ଏହି ‘୫-ଟି’ର କୌଣସି ମୂଲ୍ୟ ନାହିଁ ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/MANABASA.jpg)