କନକ ବ୍ୟୁରୋ :ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳରୁ ବାହାର ରାଜ୍ୟ ଝାଡ଼ଖଣ୍ଡ ଓ ବିହାରକୁ କତା କଣ୍ଢେଇ । ନଡ଼ିଆ କତାରୁ କରିଡ଼ର ମ୍ୟାଟ୍, ଫାଇବର ମ୍ୟାଟ୍, ରଶି ଓ ବିଭିନ୍ନ ପ୍ରକାରର କଣ୍ଢେଇ ତିଆରି କରି ସ୍ୱାବଲମ୍ବୀ ହେଉଛନ୍ତି ମହିଳା । ଏଥିପାଇଁ ମହିଳା ମାନେ ଦିନକୁ ୪ରୁ ୫ ଘଂଟା ଲେଖାଏଁ ସମୟ ଦେଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଦୃଢ଼ ଇଛା ଶକ୍ତି କଠିିନ ପରିଶ୍ରମ ମହିଳାଙ୍କୁ ଦେଇଛି ନୂଆ ପରିଚୟ । ଆଉ ଏହି ସବୁ କାମ ସମ୍ଭବ ହୋଇପାରିଛି ଉଦ୍ୟୋଗୀ ମହିଳା ଶିବାନୀ ନାୟକଙ୍କ ପାଇଁ । ନିଜସ୍ୱ ଉଦ୍ୟମରେ ନିଜର ଭାଗ୍ୟ ବଦଳାଇଛନ୍ତି ଶିବାନୀ । ୧୫ ବର୍ଷ ତଳେ ଘରର ଅଭାବ ଅନାଟନ ତାଙ୍କୁ ଅସ୍ତବ୍ୟସ୍ତ କରିପକାଇଥିଲା । ପରିବାରର ରୋଜଗାର କହିଲେ କେବଳ ଚାଷବାସ ଥିଲା । ସେଥିରୁ ଯାହା କିଛି ରୋଜଗାର ହେଉଥିଲା ସେଇଥିରେ ଚଳୁଥିଲା ପରିବାର । ତେଣୁ ନୂଆ କିଛି କରିବା ଆଶାରେ ୨୦୧୧ରେ ଗାଁର କିଛି ମହିଳାଙ୍କୁ ନେଇ ଜଗଦ୍ଧାତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ ଶିବାନୀ । ଧିରେ ଧିରେ ଏସଏଚଜି ଗ୍ରୁପ୍ ବିଷୟରେ ଅଧିକ ସୂଚନା ମିଳିବା ପରେ ପ୍ରଥମେ କୟର ବୋର୍ଡରୁ ନଡ଼ିଆ କତାରୁ ବିଭିନ୍ନ ପ୍ରକାର ଜିନିଷ ତିଆରି କରିବାର ତାଲିମ ନେଲେ । ପରେ ୨୦୧୬ ମସିହାରେ ନିଜ ପଂଚାୟତର ବିଭିନ୍ନ ଏସଏଚଜି ଗ୍ରୁପ୍ର ୪୦ ଜଣ ମହିଳାଙ୍କୁ କତା ତାଲିମ ଦେଇ ଆରମ୍ଭ କଲେ ଦେବଜିତ୍ ଉତ୍ପାଦକ ଗୋଷ୍ଠୀ ।

Advertisment

ମହଳା ମାନେ ପ୍ରସ୍ତୁତ କରୁଥିବା ଏହି ସବୁ ସାମଗ୍ରୀ ମିଶନ ଶକ୍ତି ବଜାର, ସ୍ଥାନୀୟ ବଜାର, ଷ୍ଟଲ ଓ ମେଳା ମହୋତ୍ସବରେ ଅର୍ଡର ଅନୁସାରେ ବିକ୍ରି କରାଯାଉଛି । ଖାଲି ସେତିକି ନୁହେଁ ଚାହିଦା ବଢ଼ିବାରୁ ରାଜ୍ୟ ବାହାରକୁ ଯାଉଛି ମହିଳାଙ୍କ ହାତ ତିଆରି ସାମଗ୍ରୀ । କତାରେ ଜଗନ୍ନାଥ, ହାତୀ, ଘୋଡ଼ା, ଗଛ ଓ ଘରସଜ୍ଜା ସାମଗ୍ରୀ ତିଆରି କରି ଏମାନେ ଲାଭବାନ ହେଉଛନ୍ତି ।

୨୦୧୬ରେ ଦେବଜିତ ଉତ୍ପାଦକ ଗୋଷ୍ଠୀ ଗଠନ ପରେ ଧିରେ ଧିରେ ଶିବାନୀଙ୍କ ଉଦ୍ୟମ ସଫଳ ହେବାକୁ ଲାଗିଲା । ଜଣେ ସାଧାରଣ ଏସଏଚଜି ମହିଳାରୁ ଶିବାନୀ କୟର ବୋର୍ଡ଼ର ଟ୍ରେନର ଓ ପଲ୍ଲୀ ଭାରତୀ ସିଏଲଏଫର ସିଆରପି ବନିଗଲେ । ଏବେ ତାଙ୍କ ନେତୃତ୍ୱ ୪୦ ଜଣ ମହିଳା କାମ କରୁଛନ୍ତି ।

୧୬ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ଏହି ଉତ୍ପାଦକ ଗୋଷ୍ଠୀ ଏବେ ୧୦ ଲକ୍ଷ ଟଙ୍କାରେ ପହଂଚିଛି । କତା ତିଆରି ସାମଗ୍ରୀ ଭଳି କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏହି ଗ୍ରୁପ୍