ଗାଁ ମହିଳାଙ୍କ ଜଙ୍ଗଲ ଜମି ସୁରକ୍ଷା ଚିନ୍ତା ! ମାଫିଆଙ୍କୁ ସାବାଡ଼ କରିବାକୁ ହାତରେ ଠେଙ୍ଗା ଧରି ବାହାରିଲେ ମହିଳା

188

କନକ ବ୍ୟୁରୋ: ସବୁ ସରକାରୀ ସମ୍ପତି ଉପରେ ମାଫିଆ ମାନଙ୍କ ନଜର ପଡି ଆସିଛି । ସେ ଜଙ୍ଗଲ ଜମି ହେଉ କି ନଦୀ ବାଲି ପଠା ହେଉ ସବୁଠି ମାଫିଆ ମାନଙ୍କ ନଜର । ସବୁ ସରକାରୀ ସମ୍ପତିକୁ ସରକାର ସୁରକ୍ଷା ନଦେଇ ପ।ରିବାରୁ ଶେଷରେ ଗାଁ ଲୋକ ମାନେ ଏକାଠି ହୋଇ ସାମନାକୁ ଆସିଛନ୍ତି । ଏମିତି ଏକ ଘଟଣ। ଘଟିଛି ପୁରୀ ଜିଲ୍ଲା କାକଟପୁର ଅନ୍ତର୍ଗତ ବାଙ୍ଗୁରିଗାଁ ପଞ୍ଚାୟତରେ । ଗଡନୟନଛଡା ଗ୍ରାମ ପାଖରେ ଥିବା ନଶହ ବାଟି ଜଙ୍ଗଲ ଜମିକୁ ମାଫିଆ ମାନଙ୍କ କବଳରୁ ମୁକ୍ତି ପାଇଁ ଅଣ୍ଟାଭିଡିଛନ୍ତି ମାଗୁରା ଗ୍ରାମର ଶତାଧିକ ମହିଳା । ଜଙ୍ଗଲରୁ ମାଫିଆ ମାନେ ଗଛ କାଟି ନେବା ସହ ପ୍ରତିଦିନ ଶହଶହ ଟ୍ରିପ ମାଟି ଚୋରା ଚାଲାଣ କରି ଚାଲିଛନ୍ତି । ବାଲି ମାଫିଆ ମାନେ ମାଲ।ମ।ଲ ହେଉଥିବାବେଳେ ଧୀରେଧୀରେ ଜଙ୍ଗଲ ନଷ୍ଟ ହେବାସହ ମାଟି ମଧ୍ୟ କ୍ଷେୟ ଘଟୁଛି । ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନେଉନ ଥିବାବେଳେ ଏହାକୁ ସୁରକ୍ଷା ଦେବାକୁ ଅଣ୍ଟାଭିଡିଛନ୍ତି ମହିଳା ।

ହାତରେ ଠେଙ୍ଗା ଧରି ଜଙ୍ଗଲ ଭିତରେ ମହିଳାଙ୍କ ମାର୍ଚ । ଆଉ ନୁହେଁ ବହୁତ ହୋଇଗଲା ମାଫିଆ ରାଜ । ଏଣିକି ଜଙ୍ଗଲ ଭିତରକୁ ଆଉ କାହାରିକୁ ପଶିବାକୁ ଦେବୁ ନାହିଁ, କି ଟୋକେଇ ବାଲି ବି କେହି ନେଇ ପାରିବେ ନାହିଁ । ଏମିତି ସଂକଳ୍ପ ନେଇ ଏକାଠି ହୋଇଛନ୍ତି ପୁରୀ ଜିଲ୍ଲା କାକଟପୁର ବ୍ଲକ ମାଗୁରା ଗାଁର ବନ ସୁରକ୍ଷା ସମିତିର ଶତାଧିକ ମହିଳା । ପଂଚାୟତରେ ଥିବା ନୟର ନଶହ ବାଟି ଜଙ୍ଗଲକୁ କାଠ ଓ ବାଲି ମାଫିଆଙ୍କ କବଳରୁ ରକ୍ଷା କରିବା ପାଇଁ ଅଂଟା ଭିଡିଛନ୍ତି । ପାଳି କରି ଜଙ୍ଗଲ ଜଗୁଛନ୍ତି ମହିଳା ।

ଜଙ୍ଗଲରୁ ଗଛ କାଟି ନେବା ସହ ବେଆଇନ ଭାବେ ଜଙ୍ଗଲ ଜମିକୁ ଖୋଳି ମାଟି ଓ ବାଲି ଉଠାଇ ନେଉଛନ୍ତି ମାଫିଆ । ଫଳରେ ଜଙ୍ଗଲ ଭିତରେ ପୋଖରୀ ସୃଷ୍ଟି ହେଉଛି । ଏହାକୁ ବିରୋଧ କରି ଗ୍ରାମବାସୀ ପ୍ରଶାସନକୁ ଅବଗତ କରାଇଛନ୍ତି, ଏମିତିକି ବେଆଇନ ଗାଡି ଜବତ କରି କାକଟପୁର ତହସିଲର ଜିମା ଦେଇଛନ୍ତି । ହେଲେ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ । ତେଣୁ ସବୁକିଛି ମାଫିଆ ଓ ପ୍ରଶାସନର ସଲାସୁତରାରେ ଚାଲିଛି ବୋଲି ଅଭିଯୋଗ ହୋଇଛି ।