ସୁବର୍ଣ୍ଣପୁର ତରାଇକେଲା ଗାଁର ସଫଳ ମହିଳା ଚାଷୀ ରିଙ୍କି କଅଁର । ବିଦେଶୀ ଛେଳି ଚାଷ କରି ହେଉଛନ୍ତି ଲାଭବାନ

180

କନକ ବ୍ୟୁରୋ : ସଫଳତା ଆଣିଛି ଛେଳିଚାଷ । ବିଦେଶି ଛେଳିଚାଷକରି ବେଶ ସଫଳହୋଇଛନ୍ତି ମହିଳା । ତାହାପୁଣି ନିଜ ପ୍ରଚେଷ୍ଠାରେ । ଦିନେ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ଥିଲେ । ଏବେକିନ୍ତୁ ବଦଳିଛି ସମୟ ମହିଳାଙ୍କ ପ୍ରଚେଷ୍ଠା ବଦଳେଇ ପାରିଛି ପାରିବାରିକ ଜୀବନ ଶୈଳୀ । ଆଉ ଏହାକୁ ଶତପ୍ରତିଶତ ପ୍ରତିପାଦନ କରି ଜଣେ ସଫଳ ନାରୀ ହେବାସହ ଅନ୍ୟମହିଳାଙ୍କ ପାଇଁ ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତରାଇକେଲା ଗାଁର ମହିଳାଚାଷି ରିଙ୍କି । ଦେଖିବା ଏଇ ରିପୋର୍ଟ ।

ବଦଳିଛି ସମୟ, ବଦଳିଛି ଚାଲି ଚଳଣି । ମହିଳାଙ୍କ ଇଚ୍ଛାଶକ୍ତି ଆଗରେ ହାରମାନିଛି ସବୁକିଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରୁ ଆରମ୍ଭ କରିଥିଲେ ଛେଳିଚାଷ । ଆଉ ଆଜି ବିଭିନ୍ନ ପ୍ରକାରର ବିଦେଶୀ ପ୍ରଜାତିର ଛେଳି ଆଣି ବ୍ରିଡ ଦେବା ସହ ଛେଳି ଛୁଆ ବିକ୍ରି କରି ଆୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଆଫ୍ରିକେନ ବଏ, ବିଟ୍ଟଲ, ତୋତାପରି ଭଳି ବିଦେଶୀ ଛେଳି ଚାଷ ଭଳିଆ ଏକ କଠିନ କାର୍ଯ୍ୟକୁ ସଫଳତାର ସହ ପରିଚାଳନା କରି ନିଜର ଆର୍ଥୀକ ସ୍ଥିତିରେ ଉନ୍ନତି ଆଣି ପାରିଛନ୍ତି । ଏପରିକି ପ୍ରାଣୀ ସଂପଦ ବିଭାଗ ଦ୍ୱାରା ଉତମ ଚିକିତ୍ସା ପାଇଁ ନିଜ ଫାର୍ମରେ ହିଁ ଛେଳିଙ୍କ ପାଇଁ ମହଜୁତ ରଖିଛନ୍ତି ବିଭିନ୍ନ ପ୍ରକାରର ଔଷଧ । ଫାର୍ମ ପଛ ପଟେ ହୋଇଛି ଘାସଚାଷ । ଆଉ ଏସବୁ ଚାଷ କରି ବେଶ ଖୁସି ଅଛନ୍ତି ଉଦ୍ୟମି ମହିଳା ରିଙ୍କି । ରୋଜଗାର ପାଇଥିବା ଶ୍ରମିକ ମାନେ ମଧ୍ୟ ପ୍ରକାଶ କରିଛନ୍ତି ।

ରିଙ୍କି ଘରକୁ ବୋହୁ ହୋଇ ଆସିବା ପୁର୍ବରୁ ଏହି ଜମି ପଡିଆ ପଡ଼ିଥିଲା । ତେବେ ରିଙ୍କି ପରିବାରର ସମସ୍ତଙ୍କର ସହଯୋଗରେ ପ୍ରଥମେ ଆରମ୍ଭ କରିଥିଲେ ଛେଳି ଚାଷ । ରିଙ୍କିଙ୍କର ଏହି କାମ ଏବେ ସମସ୍ତଙ୍କୁ ଆକୃଷ୍ଟ କରୁଛି । ତାଙ୍କ ସ୍ୱାମୀ ଓ ଦିଅର ମଧ୍ୟ ତାଙ୍କୁ ଏହି କାମରେ ସହଯୋଗ କରୁଛନ୍ତି ।

ନିଜେ ଶ୍ରମଦାନ କରିବା ସହ ପରିବାର ଲୋକଙ୍କ ସାହାଯ୍ୟରେ ଭଲ ରୋଜଗାର କରୁଛନ୍ତି ରିଙ୍କି । ଛେଳି ଚାଷ ଭଳି କଷ୍ଟକର କାମ କରି ଅନ୍ୟ ମହିଳା ମାନଙ୍କ ଉଦାହରଣ ସୃଷ୍ଟି କରିଛନ୍ତି ।