କନକ ବ୍ୟୁରୋ : ହିନ୍ଦିରେ ଏକ ଲୋକବାଣୀ ଅଛି “ଉପରବାଲା ଯଭି ଦେତେହେ, ଛପର ଫାଡକେ ଦେତେ ହେ” । ୨୧ବର୍ଷିୟ ଏହି ଯୁବତୀଙ୍କ ଜୀବନରେ ଠିକ୍ ଏହିଭଳି କିଛି ଘଟିଛି । ମଧ୍ୟବିତ ପରିବାରର ଝିଅ ଆଜି ଲକ୍ଷ ପତି । ମାସକୁ ରୋଜଗାର କରୁଛନ୍ତି ଅଧ କୋଟି ଟଙ୍କା । ତେବେ ଆସନ୍ତୁ ଜାଣିବା ଏହି ଯୁବତୀଙ୍କ ବିଷୟରେ, ଏତେ କମ୍ ବୟସରେ ସେ କେମିତି ଏତେ ଟଙ୍କା ରୋଜଗାର କରିବାରେ ସଫଳ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଖୁବ୍ କମ ବୟସରେ ଲକ୍ଷପତ୍ତି ହୋଇଥିବା ଯୁବତୀଙ୍କ ନାଁ ହେଉଛି ଲିଲି ଜାରେମ୍ବା । ବୟସ ମାତ୍ର ୨୧ବର୍ଷ । ମଧ୍ୟବିତ ପରିବାରରେ ଜନ୍ମିତ ଲିଲି ଅର୍ଥିକ ଅଭାବ କାରଣରୁ ୟୁନିଭରସିଟି ପାଠପଢାକୁ ଅଧାରୁ ଛାଡିଦେଇଥିଲେ । ପାଠ ପଢାରେ ଡୋରି ବନ୍ଧା ହେବା ପରେ ଟଙ୍କା ରୋଜଗାର ପାଇଁ ଚୋଟମୋଟ ଚାକିରି କରି କରୁଥିଲେ ଲିଲି । ଯେତେବେଳେ ଲିଲିଙ୍କୁ ୧୯ ବର୍ଷ ହୋଇଥିଲା ସେତେବେଳେ ସେ ଘରର ଆର୍ଥିକ ଅବାବକୁ ଦୂର କରିବା ପାଇଁ ଏକ ରେଷ୍ଟୁରାଣ୍ଟରେ ଚାକିରି କରୁଥିଲେ । ଲୋକଙ୍କୁ ଖାଇବା ପରସିବା ସହିତ ବାସନ ମଧ୍ୟ ସଫା କରିବାକୁ ପଡୁଥିଲା ଲିଲିଙ୍କୁ । କିଛିଦିନ ରେଷ୍ଟୁରାଣ୍ଟରେ କାମ କରିବା ପାରେ ଲିଲି ଜବ୍ ଛାଡିଦେଲେ । ଆଉ ଏକ ବିଜନେସ୍ ଆରମ୍ଭ କରିଦେଲେ । ତାପରେ ଲିଲିଙ୍କ ଭାଗ୍ୟ ଫିଟିଗଲା । ବିଜନେସରେ ସଫଳତା ମିଳିବା ପରେ ଲିଲି ଏବେ ଲକ୍ଷାଧୀକ ଟଙ୍କା ରୋଜଗାର କରୁଛନ୍ତି । ଆଉ ତାଙ୍କ ସଫଳତାର କାହାଣୀ ଟିକଟକ୍ ଜରିଆରେ ଲୋକଙ୍କୁ କହିଛନ୍ତି ।
ବାସ୍ତବରେ ଲିଲି ଫାଇନାନ୍ସିଆଲ ଏଜୁକେଶନ୍ ନାମକ ଏକ ଇନଷ୍ଟିଚ୍ୟୁଟରୁ ଟଙ୍କା ନିବେଶ କରିବା ଉପରେ ପାଠ ପଢିଥିଲେ । ଯେତେବେଳେ କୋର୍ସ ପୂରା ହୋଇଗଲା ସେତେବେଳେ ସେ ରେଷ୍ଟୁରାଣ୍ଟରେ କରୁଥିବା ଚାକିରି ଛାଡି ନିବେଶ କରିବା ଆରମ୍ଭ କରିଦେଲେ । ଷ୍ଟକ୍ ମାର୍କେଟ୍, କ୍ରିପ୍ଟୋ ମାର୍କେଟ, ଆର୍ଟିଫିସିୟର ଇଂଟେଲିଜେନ୍ସ ଆଦିରେ ନିବେଶ କରିବା ଆରମ୍ଭ କରିଦେଲେ । ଏଥିରୁ ଭଲ ଦୁଇ ପଇସା ଲାଭ ମଧ୍ୟ ପାଇଲେ । ନିବେଶ କରିବା ସହ ଲିଲି ଇନଭେଷ୍ଟମେଣ୍ଟ କରିବାକୁ ଚାହୁଁଥିବା ଲୋକଙ୍କୁ ଟିପ୍ସ ମଧ୍ୟ ଦେଲେ । ଟିପ୍ସ ଦେଇ ସେଥିରୁ ମଧ୍ୟ ଭଲ ଦୁଇ ପଇସା ରୋଜଗାର କଲେ । ଆଉ ଦେଖୁ ଦେଖୁ ହୋଇଗଲେ ଲକ୍ଷପତି । ୧୯ ବର୍ଷ ବୟସରେ ଚାକିରି ଛାଡି ନିବେଶରେ ମନଦେଲେ ୨୧ବର୍ଷ ବୟସ ବେଳକୁ ରୋଜଗାର କରୁଛନ୍ତି ମାସକୁ ୫୦ ଲକ୍ଷରୁ ଅଧିକ ଟଙ୍କା ।