ଫେସବୁକ୍ ବଢାଇବ ବ୍ୟବସାୟ ! ସୋସିଆଲ ମିଡିଆରେ ମାର୍କେଟିଂ ପାଇଁ ମହିଳାଙ୍କୁ ବାଟ ଦେଖାଇଲେ ରାଜ୍ୟ ସରକାର

23

କନକ ବ୍ୟୁରୋ : ମାର୍କେଟିଂର ଡିଜିଟାଲ ଫଣ୍ଡା ।  ମହିଳାମାନେ ଏବେ ନିଜ ପ୍ରସ୍ତୁତ ସାମଗ୍ରୀକୁ ବିକ୍ରି କରିପାରିବେ ବିଦେଶରେ । ଫେସବୁକ ଜରିଆରେ ସ୍ୱଂୟ ସହାୟିକା ଗୋଷ୍ଠୀ କିପରି ସେମାନଙ୍କ ବ୍ୟବସାୟ ବୃଦ୍ଧି କରିପାରିବେ, ଏ ନେଇ ଭୁବନେଶ୍ୱରରେ ତାଲିମ୍ ନେଇଛନ୍ତି ୮୦୦ ମହିଳା ।

ଫେସବୁକ୍ ଏକ୍ସପର୍ଟମାନେ ଏସଏଚଜି ଗ୍ରୁପଙ୍କୁ ଦେଇଛନ୍ତି ସ୍ୱତନ୍ତ୍ର ତାଲିମ୍ । କିଭଳି ମାଗଣାରେ ଫେସବୁକରେ ନିଜ ଗ୍ରୁପର ଆକାଉଂଟ ଖୋଲିବେ, କିଭଳି ନିଜେ ତିଆରି କରିଥିବା ପ୍ରଡକ୍ଟକୁ ଅପୋଲୋଡ କରିବେ, ଏ ନେଇ ମହିଳାମାନଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ପ୍ରଶିକ୍ଷଣ । ଏହି ପ୍ରଶିକ୍ଷଣ ନେଇ ଡିଜିଟାଲ ମାର୍କେଟିଂ ମାଧ୍ୟମରେ ବିଭିନ୍ନ ଏସ୍ଏଚଜି ଗ୍ରୁପ ନିଜ ପ୍ରସ୍ତୁତ ଜିନିଷକୁ ଦେଶ ଓ ଦେଶ ବାହାରେ ଲୋକଙ୍କ ପାଖରେ ପହଁଚାଇ ପାରିବେ । ଅଧିକ ଗ୍ରାହକ, ଅଧିକ ବ୍ୟବସାୟ ଓ ଅଧିକ ଲାଭ ପାଇବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ।

ଏହି ପ୍ରୟାସକୁ ଆଗେଇନେବାକୁ ଫେସବୁକ୍, ରାଜ୍ୟ ସରକାରଙ୍କ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ମିଶନ ଶକ୍ତିର ମିଳିତ ସହଯୋଗରେ ୨୫ ହଜାର ଉଦ୍ୟୋଗୀଙ୍କୁ ତାଲିମ୍ ଦେବାର ଯୋଜନା କରିଛି ।