ଯୋଡ଼ାରେ ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ । ନୂଆବର୍ଷ ସେଲିବ୍ରେସନ ପରେ ଫେରିଥିଲେ ଭଡାଘରକୁ, ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲିନଥିଲେ କବାଟ ।

ଯୋଡ଼ାରେ ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ । ନୂଆବର୍ଷ ସେଲିବ୍ରେସନ ପରେ ଫେରିଥିଲେ ଭଡାଘରକୁ, ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲିନଥିଲେ କବାଟ ।

କନକ ବ୍ୟୁରୋ : ବନ୍ଦ ଘରେ ମହିଳା ଡାକ୍ତରଙ୍କ ସନ୍ଦେହ ଜନକ ମୃତ୍ୟୁ । କବାଟ ଭାଙ୍ଗି ମୃତଦେହ ଉଦ୍ଧାର କଲା ପୁଲିସ । କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକାରୁ ଆସିଛି ଏଭଳି ଅଭାବନୀୟ ଖବର । ମୃତକ ହେଉଛନ୍ତି ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କର ।

ପୋଲିସ ସୂଚନା ଅନୁସାରେ ଶୁଭଶ୍ରୀ ସାଙ୍ଗସାଥୀଙ୍କ ସହ ନୂଆ ବର୍ଷ ସେଲିବ୍ରେସନ ସାରି ଭଡାରେ ରହୁଥିବା ଘରକୁ ଫେରିଥିଲେ । ଯୋଡାର ବନେଇକଳା ବସ୍ତିରେ ଥିବା ଯୋଡା ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକଙ୍କ ଘରେ ସେ ଭଡାରେ ରହୁଥିଲେ । ନୂଆବର୍ଷ ପାର୍ଟି ସାରି ନିଜ ଭଡ଼ାଘରକୁ ଫେରିଥିଲେ । ହେଲେ ସନ୍ଧ୍ୟା ସୁଦ୍ଧା କବାଟ ନ ଖୋଲିବାରୁ ପୁଲିସକୁ ଖବର ଦେଇଥିଲେ ଗୃହ ସହାୟିକା ଓ ପଡୋଶୀ । ପୋଲିସ ଘଟଣାସ୍ଥଳରେ ପହଂଚି ବହୁଚେଷ୍ଟା ପରେ କବାଟ ନଖୋଲିବାରୁ ବାଧ୍ୟହୋଇ କବାଟ ଭାଙ୍ଗି ଘରେ ପଶିଥିଲା । ଖଟ ଉପରେ ନିଶ୍ଚେତ ହୋଇ ପଡିଥିଲେ ଡାକ୍ତର ଶୁଭଶ୍ରୀ କର । ତୁରନ୍ତ ତାଙ୍କୁ ଉଦ୍ଧାର କରି ଟାଟାଷ୍ଟିଲ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ ମହିଳା ଡାକ୍ତରଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କେମିତି ଓ କେଉଁ ପରିସ୍ଥିତିରେ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ହେଲା? ଏହି ରହସ୍ୟଜନକ ମୃତ୍ୟୁ ପଛର କାରଣ କଣ? ଶୁଭଶ୍ରୀ କରଙ୍କ ମୃତ୍ୟୁ ସହ ନୂଆବର୍ଷ ସେଲିବ୍ରେସନର କୌଣସି ସଂପର୍କ ଅଛି କି? ଏଭଳି ଅନେକ ପ୍ରଶ୍ନର ଉତର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଯୋଡା ପୁଲିସ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe