ମାଙ୍କଡ ଆକ୍ରମଣରୁ ବଞ୍ଚିବା ପାଇଁ ଛାତରୁ ଡେଇଁଲେ ବିଜେପି ନେତାଙ୍କ ପତ୍ନୀ, ଘଟଣାସ୍ଥଳରେ ଚାଲିଗଲା ପ୍ରାଣ ।

Advertisment
ମାଙ୍କଡ ଆକ୍ରମଣରୁ ବଞ୍ଚିବା ପାଇଁ ଛାତରୁ ଡେଇଁଲେ ବିଜେପି ନେତାଙ୍କ ପତ୍ନୀ, ଘଟଣାସ୍ଥଳରେ ଚାଲିଗଲା ପ୍ରାଣ ।

କନକ ବ୍ୟୁରୋ :  ମାଙ୍କଡ଼ ପାଇଁ ଚାଲିଗଲା ଜୀବନ ଜ୍ଝ ମାଙ୍କଡଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଛାତ ଉପରୁ ଡେଇଁପଡ଼ିଲେ ବିଜେପି ନେତାଙ୍କ ପତ୍ନୀ। ହେଲେ ଏଥିରେ ତାଙ୍କର ମୃତ୍ୟୁ ହୋଇଯିବ ବୋଲି ସେ ଭାବିନଥିଲେ । ଉତ୍ତରପ୍ରଦେଶର ଶାମଲି ଜିଲ୍ଲାର କେରାନା ଏଭଳି ଏକ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ କିଛି ଘରୋଇ କାମ ପାଇଁ ବିଜେପି ନେତା ଅନିଲ ଚୌହାନଙ୍କ ପତ୍ନୀ ସୁଷମା ଦେବୀ ଛାତ ଉପରକୁ ଯାଇଥିଲେ। ସେହି ସମୟରେ ଛାତ ଉପରେ ମାଙ୍କଡମାନେ ତାଙ୍କୁ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣରୁ ବର୍ତ୍ତିବା ପାଇଁ ସେ ଚିତ୍କାର କରିଥିଲେ ବି କେହି ଶୁଣିନଥିଲେ । ଶେଷରେ ସେ ଛାତ ଉପରୁ ତଳକୁ ଡେଇଁପଡ଼ିଥିଲେ । ଆଉ ଏହି କାରଣରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ସୁଷମାଙ୍କ ପରିବାର ଲୋକଙ୍କ କହିବା ମୁତାବକ ମୃତ୍ୟୁବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା।

ମୃତ ସୁଷମା ଦେବୀ ମନ୍ଦିରରୁ ପୂଜା କରିବା ପରେ ତାଙ୍କ ଘରର ଛାତ ଉପରେ କିଛି କାମ କରିବାକୁ ଯାଇଥିଲେ। ଆଉ ମାଙ୍କଡ଼ ପଲ ତାଙ୍କୁ ଆକ୍ରମଣ କରିଥିଲେ । ମାଙ୍କଡମାନଙ୍କଠାରୁ ବର୍ତ୍ତିବାକୁ ସେ ଛାତ ଉପରୁ ତଳକୁ ଡେଇଁପଡିଥିଲେ। ଏହା ପରେ ପରିବାର ସଦସ୍ୟ ସୁଷମା ଦେବୀଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe