ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ମହାବୀର ବସ୍ତିରୁ ଉଦ୍ଧାର ହେଲା ମୃତଦେହ 

Advertisment
ଭରତପୁର ତାରିଣୀ ବସ୍ତିରେ ଯୁବତୀଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

କନକ ବ୍ୟୁରୋ: ବନ୍ଦ ଘରୁ ବାହାରିଲା ଯୁବତୀଙ୍କ ମୃତଦେହ । ଗତ ଦୁଇ ଦିନ ହେବ ଦୁର୍ଗନ୍ଧ ହେଉଥିଲା । ବନ୍ଦ ଘରୁ ଦୁର୍ଗନ୍ଧ ହେଉଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ତାଲା ଭାଙ୍ଗି ଘର ଯାଞ୍ଚ କଲାବେଳକୁ ମହିଳାଙ୍କର ମୃତଦେହ ଦେଖିଥିଲା । ଏବେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗତ ୧୦ -୧୨ ଦିନ ହେବ ମୃତ ମହିଳା ଓ ଜଣେ ପୁରୁଷ ଏହି ଘରେ ଭଡା ନେଇଥିଲେ । ନିଜ ଘର ଜାଗମରା ବୋଲି ମାଲିକଙ୍କୁ ପରିଚୟ ଦେଇଥିଲେ । ମୃତଦେହ ଉଦ୍ଧାର ହୋଇଥିବା ଘରର ଦ୍ବାର ବାହାରୁ ବନ୍ଦ ଥିବାରୁ ହତ୍ୟା କରି ଅଭିଯୁକ୍ତ ଫେରାର ଥିବା ସ୍ଥାନୀୟ ଲୋକ କହିଛନ୍ତି ।  ମହିଳାଙ୍କ ସାଙ୍ଗରେ ରହୁଥିବା ପୁରୁଷ ହତ୍ୟା କରିଛି ନା ଏଥିରେ ଅନ୍ୟ କାହାର ହାତ ଅଛି ସେନେଇ ଖୋଲତାଡ କରୁଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe