କନକ ବ୍ୟୁରୋ: ବନ୍ଦ ଘରୁ ବାହାରିଲା ଯୁବତୀଙ୍କ ମୃତଦେହ । ଗତ ଦୁଇ ଦିନ ହେବ ଦୁର୍ଗନ୍ଧ ହେଉଥିଲା । ବନ୍ଦ ଘରୁ ଦୁର୍ଗନ୍ଧ ହେଉଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ତାଲା ଭାଙ୍ଗି ଘର ଯାଞ୍ଚ କଲାବେଳକୁ ମହିଳାଙ୍କର ମୃତଦେହ ଦେଖିଥିଲା । ଏବେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗତ ୧୦ -୧୨ ଦିନ ହେବ ମୃତ ମହିଳା ଓ ଜଣେ ପୁରୁଷ ଏହି ଘରେ ଭଡା ନେଇଥିଲେ । ନିଜ ଘର ଜାଗମରା ବୋଲି ମାଲିକଙ୍କୁ ପରିଚୟ ଦେଇଥିଲେ । ମୃତଦେହ ଉଦ୍ଧାର ହୋଇଥିବା ଘରର ଦ୍ବାର ବାହାରୁ ବନ୍ଦ ଥିବାରୁ ହତ୍ୟା କରି ଅଭିଯୁକ୍ତ ଫେରାର ଥିବା ସ୍ଥାନୀୟ ଲୋକ କହିଛନ୍ତି । ମହିଳାଙ୍କ ସାଙ୍ଗରେ ରହୁଥିବା ପୁରୁଷ ହତ୍ୟା କରିଛି ନା ଏଥିରେ ଅନ୍ୟ କାହାର ହାତ ଅଛି ସେନେଇ ଖୋଲତାଡ କରୁଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/Dead-Body-Of-Man-Motorcycle-Recovered-From-Well-In-Angul.jpg)