ମଧ୍ୟପ୍ରଦେଶର ଅଲିରାଜପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ସାପକୁ ମାରିବାକୁ ଯାଇ ଯୁବକ ଜଣଙ୍କ ଗୁଳି ଚଳାଇବା ପରେ ଯାହା ଘଟିଥିଲା, ସେହି ଘଟଣାକୁ ବୋଧହୁଏ ପରିବାର ଲୋକେ କେବେ ହେଲେ ଭୁଲି ପାରିବେ ନାହିଁ ।
ସୂଚନା ମୁତାବକ, ରବିବାର ମଧ୍ୟାହ୍ନ ସମୟରେ ଅଲିରାଜପୁରରେ ରହୁଥିବା କୁଅଁର ସିଂହଙ୍କ ଘରକୁ ସାପ ପଶି ଆସିଥିଲା । ସାପକୁ ମାରିବା ପାଇଁ କୁଅଁର ସିଂହ ଘରେ ଥିବା ଦେଶୀ ପିସ୍ତଲ ଆଣି ସାପ ଉପରକୁ ଗୁଳି ଚଳାଇଥିଲେ । କିନ୍ତୁ ଗୁଳିଟି ସାପ ଦେହରେ ବାଜିବା ପରିବର୍ତ୍ତେ ସାମ୍ନାରେ ଥିବା ତାଙ୍କ ସ୍ତ୍ରୀ ବାଲି ବାଇଙ୍କ ପେଟ ଏବଂ ଗୋଡ଼ରେ ବାଜିଥିଲା । ଯାହାଦ୍ୱାରା ଘଟଣାସ୍ଥଳରେ ହିଁ ବାଲି ବାଇଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ କୁଅଁର ସିଂହଙ୍କ ଝିଅ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/culebra.jpg)