ଭଦ୍ରକରେ ଘରୋଇ ନର୍ସିଂହୋମରେ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ମୃତ୍ୟୁ,ଡାକ୍ତରଙ୍କ ଅବହେଳା ଅଭିଯୋଗ ନେଇ ଥାନାରେ ଏତଲା ଦେଲେ ପରିବାରଲୋକ ।

Advertisment
ଭଦ୍ରକରେ ଘରୋଇ ନର୍ସିଂହୋମରେ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ମୃତ୍ୟୁ,ଡାକ୍ତରଙ୍କ ଅବହେଳା ଅଭିଯୋଗ ନେଇ ଥାନାରେ ଏତଲା ଦେଲେ ପରିବାରଲୋକ ।

କନକ ବ୍ୟୁରୋ : ଭଦ୍ରକ ସହରର ମୋଟେଲ ଛକ ନିକଟରେ ଥିବା ଏକ ଘରୋଇ ନର୍ସିଂହୋମରେ ଡାକ୍ତରଙ୍କ ଅବହେଳା କାରଣରୁ ଜଣେ ବିବାହିତ ମହିଳାଙ୍କର ମୃତ୍ୟୁ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକର ସହରର ମୋଟେଲ ଛକ ନିକଟରେ ଥିବା ଘରୋଇ ନର୍ସିଂହୋମ କାଳନ୍ଦୀ ହସ୍ପିଟାଲରେ ଯାଜପୁରର ଜଣେ ମହିଳାଙ୍କ ଗତ ପ୍ରାୟ ୧ ବର୍ଷ ହେବ ବାହା ହୋଇଥିଲେ ବି ତାଙ୍କର କୌଣସି ସନ୍ତାନ ସନ୍ତତି ହେଉନଥିଲା। ଏଥିଲାଗି ସେ ଡାକ୍ତରଙ୍କ ପରାମର୍ଶ ନେଇ ଉକ୍ତ ଘରୋଇ ହସ୍ପିଟାଲରେ ନିଜର ଅସ୍ତ୍ରୋପଚାର ଲାଗି ଆସିଥିଲେ । ହେଲେ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳକୁ ଅସ୍ତ୍ରୋପଚାର ସମୟରେ ସେ ମୃତ୍ୟୁବରଣ କରିଥିଲେ।

ଏହି ମୃତ୍ୟୁ ଘଟଣାକୁ ନେଇ ମହିଳାଙ୍କ ସମ୍ପର୍କୀୟମାନେ ନର୍ସିଂହୋମରେ ପାଟିତୁଣ୍ଡ କରିଥିଲେ। ଆଜି ସକାଳେ ଡାକ୍ତରଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ ଆଣି ଭଦ୍ରକ ଟାଉନ୍ ଥାନାରେ ଏତଲା ଦେଇଥିଲେ । ଟାଉନ୍ ଥାନାରେ ସମ୍ପର୍କୀୟଙ୍କ ଲିଖିତ ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe