କନକ ବ୍ୟୁରୋ : କାଇଁଚ ଦେଉଛି ରୋଜଗାର । ମହିଳା ହୋଇଛନ୍ତି ସ୍ୱାବଲମ୍ବି । ଆମେ କହୁଛୁ ଯାଜପୁର ଛତିଆ ଚମ୍ପାପୁର ଗାଁର ମହିଳା କାଇଁଚ କାରିଗରଙ୍କ କଥା । ଏବେ କିନ୍ତୁ କରୋନା ଯୋଗୁଁ ପ୍ରଭାବିତ ହୋଇଛି ବ୍ୟବସାୟ । ଛତିଆ ଚମ୍ପାପୁର ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ସ୍ୱାବଲମ୍ବି ମହିଳା । ଗୋଲଡେନ ଗ୍ରାସ ବା କାଇଁଚରେ ତିଆରି ବିଭିନ୍ନ ସାମଗ୍ରୀ ତିଆରି କରି ଗୁଜୁରାଣ ମେଂଟାଇବାରେ ସକ୍ଷମ ହୋଇପାରିଛନ୍ତି ।
୨୦୧୩ ମସିହାରେ ମାତ୍ର ଦୁଇ ତିନିଜଣ ମହିଳାଙ୍କୁ ନେଇ ଆରମ୍ଭ ହୋଇଥିବା କାଇଁଚ ବ୍ୟବସାୟରେ ଏବେ ସଦସ୍ୟଙ୍କ ସଂଖ୍ୟା ୩୦ରୁ ୪୦ରେ ପହଂଚିଛି । ମହାଦେବ ପ୍ରଡ୍ୟୁସର ଗ୍ରୁପ ନାମରେ ଏହି ଚମ୍ପାପୁର ଗାଁର ମହିଳାମାନେ କାଇଁଚରେ ବିଭିନ୍ନ ସାମଗ୍ରୀ ତିଆରି କରି ବିକ୍ରୀ କରିବା ସହ ନିଜେ ସ୍ୱାବଲମ୍ବି ହୋଇପାରିଛନ୍ତି ।
ପ୍ରଥମେ ଗହୀର ପାଟ ଗୁଡିକରୁ କାଇଁଚକୁ ଅମଳ କରାଯାଇ ତାକୁ ସାମଗ୍ରୀ ତିଆରି କରିବା ପାଇଁ ଉପଯୋଗୀ କରାଯାଇ ଆବଶ୍ୟକତା ଅନୁଯାୟୀ ରଙ୍ଗ କରାଯାଇଥାଏ । ପରେ ଏହାକୁ ବ୍ୟବହାର କରି ବିଭିନ୍ନ ସାମଗ୍ରୀ ଯେମିତିକି ବିଂଚଣା, ଫୁଲଦାନୀ, ଟୋପି , ମୋବାଇଲ ଷ୍ଟାଣ୍ଡ, ଫୁଲ ଚାଙ୍ଗୁଡି, ନିମନ୍ତ୍ରଣ ଡବା, ମାଣ, ଶେର ସହିତ ବହୁତ ପ୍ରକାର ସାମଗ୍ରୀ ତିଆରି କରିଥାନ୍ତି ଏହି ଗ୍ରୁପର ସଦସ୍ୟାମାନେ । ଏପରିକି ପାଠପଢା ଝିଅମାନେ ମଧ୍ୟ ଅବସର ସମୟରେ ଏହି ଗ୍ରୁପରେ କାମକରି ବେଶ ଦୁଇପଇସା ରୋଜଗାର କରିପାରୁଥିଲେ ।
ମାତ୍ର ମହାମାରି କରୋନ ଯୋଗୁଁ ଦୀର୍ଘ ୯ମାସ ହେବ ବ୍ୟବସାୟରେ ମାନ୍ଦା ଅବସ୍ଥା ଏବେ ଏହି ମହିଳା କାରିଗରମାନଙ୍କୁ ଚିନ୍ତାରେ ପକାଇ ଦେଇଛି । କାଇଁଚରେ ନିଜର ପ୍ରସ୍ତୁତି ସାମଗ୍ରୀ ପାଇଁ ଏହି ଗ୍ରୁପ ରାଜ୍ୟ ସ୍ତରରେ ସମ୍ମାନିତ ହୋଇ ନିଜ ଅଂଚଳପାଇଁ ମଧ୍ୟ ଗୌରବ ଆଣିପାରିଛି ।
ଅନ୍ୟପଟରେ ଏହି ମହିଳା କାରିଗରମାନେ ଅଧିକାଂଶ ଶିକ୍ଷିତ ବର୍ଗର ହୋଇଥିବାରୁ ଅନଲାଇନକୁ ଉପଯୋଗ କରି କାରବାରକୁ ବଂଚାଇ ରଖିବାରେ ସକ୍ଷମ ହୋଇଛନ୍ତି ।କାଇଁଚ କାରିଗରି ମାଧ୍ୟମରେ ସ୍ୱାବଲମ୍ବି ହୋଇପାରିଥିବା ଛତିଆ ଚମ୍ପାପୁର ଅଂଚଳର ମହିଳା କାରିଗରଙ୍କ ଏହି ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/12/vlcsnap-2020-12-20-21h41m46s927.png)