କନକ ବ୍ରୁରୋ : ତାଙ୍କ ପୁସ୍ତକର ଚରିତ୍ର ସବୁ ଏପରି ଜାଲ ସୃଷ୍ଟି କରନ୍ତି ସେଥିରେ ସେ ନିଜେ ଛନ୍ଦି ହୋଇ ପଡନ୍ତି ବୋଲି କହିଛନ୍ତି ଜ୍ଞାନପୀଠ ପୁରସ୍କାର ବିଜୟୀନି ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ । କନକ ନ୍ୟୁଜ ଦ୍ୱାରା ଆୟୋଜିତ ଅନନ୍ୟା କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ସେ ଦେଇଥିବା ସାକ୍ଷାତକାରରେ ଏହି କଥା କହିଥିଲେ ପ୍ରତିଭା । ଏହି ସାକ୍ଷାତକାର ବେଶ୍ ନିଆରା ଥିଲା, କାରଣ ପ୍ରତିଭା ରାୟଙ୍କ ସାକ୍ଷାତକାର ନେଇଥିଲେ ତାଙ୍କ ଝିଅ ଆଦ୍ୟାଶା ଦାସ ।
ସେପଟେ ଅନନ୍ୟା କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲେ ବଲିଉଡର ବିଶିଷ୍ଟ ଅଭିନେତ୍ରୀ ତଥା ଜାତୀୟ ପୁରସ୍କାର ବିଜୟିନୀ ନିନା ଗୁପ୍ତା । ସେ ନିଜ ବକ୍ତବ୍ୟରେ ବର୍ତମାନ ସ୍ଥିତିରେ ମହିଳାଙ୍କ ସ୍ଥିତି ନେଇ ମତ ରଖିଥିଲେ । ସମାଜରେ ମହିଳା ଆଗକୁ ଆସିବାକୁ ଚେଷ୍ଟା କରିଛି, କିନ୍ତୁ ସମାଗ୍ରିକ ଭାବେ ସ୍ଥିତି ବେଶ ଜଟିଳ ଥିବା ସେ ମତ ରଖିଛନ୍ତି । ତେବେ ଆଗାମୀ ଦିନରେ ପରିସ୍ଥିତି ବଦଳିବ, ଯେତେବେଳେ ପୁଅଟିଏ ଝିଅଟିକୁ ସମ୍ମାନ ଦେବା ଶିଖିବ ବୋଲି କହିଛନ୍ତି ନିନା ଗୁପ୍ତା ।