ଆପଣଙ୍କ ଆଧାର ନମ୍ବରରେ କେତୋଟି ମୋବାଇଲ କନେକ୍ସନ୍ ଚାଲୁଛି ? ଜାଣି ନିଅନ୍ତୁ, ନଚେତ୍ ହୋଇପାରେ ଏହି ମହିଳାଙ୍କ ଭଳି ଅବସ୍ଥା

38

ଗତ କିଛି ଦିନ ହେବ ଭାରତରେ ଆଧାରର ବଡ ଚର୍ଚ୍ଚା ହେଉଛି । କାହିଁକି ନ ହେବ ? ପ୍ରତ୍ୟେକ ଜିନିଷରେ ଆଧାର ଲିଙ୍କ କରିବା ଜରୁରୀ ହୋଇଯାଇଥିଲା ହେଲେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଲୋକଙ୍କୁ ଆଶ୍ୱସ୍ଥି ମିଳିଛି । କିନ୍ତୁ ଆଧାର ଉପରେ ଶୁଣାଣି ହେବା ପୂର୍ବରୁ ଏହି ମହିଳାଙ୍କ ସହିତ ଆଧାର ନାମରେ ମଜାକ୍ ହୋଇଛି । ଯେବେ ତାଙ୍କୁ ଜଣାପଡିଲା କି ତାଙ୍କ ଆଧାର ନମ୍ବରରେ ୯ ଅଜଣା ବ୍ୟକ୍ତିଙ୍କ ମୋବାଇଲ କନେକ୍ସନ ଚାଲୁଛି, ମହିଳାଙ୍କ ହୋଶ ଉଡିଗଲା ।

କିନ୍ତୁ ସେହି ମହିଳା ଜଣକ ସଚେତନ ବାହାରିଲେ ଓ ସେ ଟ୍ୱିଟରରେ ୟୁଆଇଡିଏଆଇ ଓ ଏୟାରଟେଲକୁ ପ୍ରଶ୍ନ ପଚାରିଲେ କି, ତାଙ୍କ ନମ୍ବର, ଯାହା ସେ ଏତେ ବର୍ଷ ୟୁ୍୍ଜ୍ କରୁଛନ୍ତି, ତାହା ଆଧାର ସହ ଲିଙ୍କ ହୋଇପାରିବନି । ଏବଂ କମ୍ପାନୀ କହୁଛି କି ଏହି ନମ୍ବରରେ ପୂର୍ବରୁ ହିଁ ୯ଟି ମୋବାଇଲ୍ ସିମ୍ ଇସ୍ୟୁ କରାଯାଇସାରିଛି । ପ୍ରଶ୍ନର ଉତ୍ତର ମିଳିବାରୁ ଦ୍ୱିତୀୟ ପ୍ରଶ୍ନ ପଚାରିଲେ କି, ତାଙ୍କୁ ୟୁଆଇଡିଏଆଇ, ଏୟାରଟେଲ୍ କୁ ଅଭିଯୋଗ କରିବା ଉଚିତ୍ ନା ପୁଲିସରେ । ୪ ଦିନ ପରେ ୟୁଆଇଡିଏଆଇ ତରଫରୁ ସହାୟତା ସହ ଜବାବ ମିଳିଲା କି, ଏମିତି ମାମଲାରେ ଉପଭୋକ୍ତା ଞଜଇଓ କିମ୍ବା ଊଙଞ ର ଞଋଜଗ ମରକ୍ଷକ୍ଷ ରେ ଠକ ଲୋକଙ୍କୁ ସିମ୍ ଜାରି କରିବାକୁ ନେଇ ଅଭିଯୋଗ କରିପାରିବେ । ଆଧାର ଅଥୋରିଟି ଏହା ବି କହିଲେ କି ଏହି ମାମଲାରେ ସେ ଏୟାରଟେଲ୍ ସହ କଥା ହୋଇ ଏମିତି ଅସୁବିଧା ହେବାର କାରଣ ବୁଝିବାକୁ ।