ମହିଳା କମିଶନ ଅଧ୍ୟକ୍ଷାଙ୍କୁ ୧୫ ମିଟର ଘୋଷାଡି ନେଲା କାର୍ । ଅଳ୍ପକେ ବର୍ତ୍ତିଲା ଜୀବନ ।

565

କନକ ବ୍ୟୁରୋ: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ଶ୍ୱାତୀ ମାଲିୱାଲଙ୍କ ସହ ଦୁର୍ଘଟଣା । ସେ ଏକ କାରରୁ ଓହ୍ଲାଇ ଯାଇଥିବାବେଳେ ତାଙ୍କ ହାତ କାରର ଡୋରରେ ଫଶିଯାଇଥିଲା । ହେଲେ କିଛି ଶୁଣିବା ପୂର୍ବରୁ କାର ଚାଳକ କାରକୁ ଷ୍ଟାର୍ଟ କରି ନେଇଯାଇଥିଲା । ଫଳରେ ୧୫ ମିଟର ଯାଏଁ କାରରେ ଘୋଷାଡି ହୋଇଯାଇଥିଲେ ଶ୍ୱାତୀ ମାଲିୱାଲ । ଏହି ଘଟଣା ଦିଲ୍ଲୀ ଏମ୍ସ ହସ୍ପିଟାଲ ଆଗରେ ଘଟିଛି ।

ଏନେଇ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । କାର ଚଳାଉଥିବାବେଳେ ଡ୍ରାଇଭର ନିଶା ସେବନ କରିଥିବା ଜଣାପଡିଛି ।