ଜୁଇରୁ ଜିଇଁଲା ଶବ ! ମୃତ ଭାବି ସଂସ୍କାର କରିବାକୁ ନେଇଥିବା ବେଳେ ଜୁଇ ଉପରେ ହଲିଲା ମହିଳାଙ୍କ ହାତଗୋଡ

ଗଂଜାମ ଜିଲ୍ଲା ପୋଲସରା ଗାଁରେ ଚାଞ୍ଚଲ୍ୟ

21,986

କନକ ବ୍ୟୁରୋ: ଶବଦାହ ବେଳେ ଜୁଇରୁ ଉଠି ବସିଲେ ମହିଳା । ଅସୁସ୍ଥ ପରେ ମୃତ ଭାବି ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନେଇଥିଲେ ପରିବାର ଲୋକେ । ଜୁଇରୁ ଉଠିବା ଦେଖି ସ୍ମଶାନରେ ଥିବା ପରିବାର ଲୋକେ ଚକିତ ହୋଇଯାଇଥିଲେ । ଜୁଇରୁ ମହିଳାଙ୍କୁ ଆଣି ପୁଣି ଥରେ ଆଂବୁଲାନ୍ସ ଧରି ବାହାରି ପଡିଥିଲେ ପୋଲସରା ଡାକ୍ତରଖାନାକୁ ।

ପରିବାର ଲୋକଙ୍କ କହିବା ଅନୁସାରେ, ଯେତେବେଳେ ମହିଳା ଜଣଙ୍କୁ ଅନ୍ତିମ ସଂସ୍କାର ପାଇଁ ନିଆ ଯାଉଥିଲା, ଜୁଇରେ ରଖିବା ପରେ ହଠାତ୍ ସେ ଉଠିପଡିଥିଲେ । ତାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ହଲଚଲ ହୋଇଥିଲା । ତେବେ ଏପରି ଏକ ଘଟଣା ପୋଲସରାର କଣିଆପଲ୍ଲୀ ଗାଁରେ ଚର୍ଚ୍ଚାର ବିଷୟ ହୋଇଛି । ଶେଷ ଖବର ସୁଦ୍ଧା ମହିଳା ଜଣଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।