ମହିଳାଙ୍କ ହାତରେ ଭୁବନେଶ୍ୱର ମହାନଗର ନିଗମର ଶାସନ ଡୋରି । ମେୟର ସମେତ ୪୨ ମହିଳା କର୍ପୋରେଟର ନିର୍ବାଚିତ, ନାରୀ ସଶକ୍ତିକରଣ ପାଇଁ ବଡ ସୁଯୋଗ ।

ମହିଳାଙ୍କ ହାତରେ ଭୁବନେଶ୍ୱର ମହାନଗର ନିଗମର ଶାସନ ଡୋରି । ମେୟର ସମେତ ୪୨ ମହିଳା କର୍ପୋରେଟର ନିର୍ବାଚିତ, ନାରୀ ସଶକ୍ତିକରଣ ପାଇଁ ବଡ ସୁଯୋଗ ।

କନକ ବ୍ୟୁରୋ : ଭୁବନେଶ୍ୱର ମହାନଗର ନିଗମରେ ଏଥର ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଛି । ମହାନଗର ନିଗମରେ ବଢ଼ିଛି ମହିଳାଙ୍କ ପତିଆରା । ମହାନଗର ନିଗମକୁ ପ୍ରଥମ ମହିଳା ମେୟର ମିଳିଥିବାବେଳେ, ଏଥର ଅଧାରୁ ଅଧିକ ୱାର୍ଡରେ ମହିଳା କର୍ପୋରେଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ତଥ୍ୟ ଅନୁସାରେ ଭୁବନେଶ୍ୱରର ମୋଟ ୬୭ଟି ୱାର୍ଡ ମଧ୍ୟରୁ ୪୨ ଜଣ ମହିଳା କର୍ପୋରେଟର ବିଜୟୀ ହୋଇଛନ୍ତି । ଯାହାକି ମୋଟ ଆସନର ୬୨ ପ୍ରତିଶତ । ସେମାନଙ୍କ ମଧ୍ୟରୁ ବିଜେଡିରୁ ୨୮, ବିଜେପିରୁ ୮, ସ୍ୱାଧୀନ ୪ ଜଣ ବିଜୟୀ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମକୁ ଏତେ ସଂଖ୍ୟାରେ ମହିଳା ପ୍ରାର୍ଥୀ ବିଜୟୀ ହୋଇ ଆସିବା ପ୍ରଥମ ଘଟଣା । ଏଥିସହ ପ୍ରଥମ ଥର ପାଇଁ ଭୁବନେଶ୍ୱରକୁ ପ୍ରଥମ ମହିଳା ମିଳିଛନ୍ତି । ତେଣୁ ମହାନଗରର ଶାସନ ଡୋରି ଏଥର ମହିଳାଙ୍କ ହାତକୁ ଯାଇଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe