କନକ ବ୍ୟୁରୋ : ଭୁବନେଶ୍ୱର ମହାନଗର ନିଗମରେ ଏଥର ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଛି । ମହାନଗର ନିଗମରେ ବଢ଼ିଛି ମହିଳାଙ୍କ ପତିଆରା । ମହାନଗର ନିଗମକୁ ପ୍ରଥମ ମହିଳା ମେୟର ମିଳିଥିବାବେଳେ, ଏଥର ଅଧାରୁ ଅଧିକ ୱାର୍ଡରେ ମହିଳା କର୍ପୋରେଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
ତଥ୍ୟ ଅନୁସାରେ ଭୁବନେଶ୍ୱରର ମୋଟ ୬୭ଟି ୱାର୍ଡ ମଧ୍ୟରୁ ୪୨ ଜଣ ମହିଳା କର୍ପୋରେଟର ବିଜୟୀ ହୋଇଛନ୍ତି । ଯାହାକି ମୋଟ ଆସନର ୬୨ ପ୍ରତିଶତ । ସେମାନଙ୍କ ମଧ୍ୟରୁ ବିଜେଡିରୁ ୨୮, ବିଜେପିରୁ ୮, ସ୍ୱାଧୀନ ୪ ଜଣ ବିଜୟୀ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମକୁ ଏତେ ସଂଖ୍ୟାରେ ମହିଳା ପ୍ରାର୍ଥୀ ବିଜୟୀ ହୋଇ ଆସିବା ପ୍ରଥମ ଘଟଣା । ଏଥିସହ ପ୍ରଥମ ଥର ପାଇଁ ଭୁବନେଶ୍ୱରକୁ ପ୍ରଥମ ମହିଳା ମିଳିଛନ୍ତି । ତେଣୁ ମହାନଗରର ଶାସନ ଡୋରି ଏଥର ମହିଳାଙ୍କ ହାତକୁ ଯାଇଥିବା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/03/3-46.jpg)