ମହିଳାଙ୍କ ପାଇଁ ଖୁସି ଖବର ! ଅତିଶୀଘ୍ର ଦିଲ୍ଲୀ ମେଟ୍ରୋ ଓ ବସରେ ନିଃଶୁଳ୍କ ଯାତ୍ରା କରିପାରିବେ ମହିଳା

ମହିଳାଙ୍କ ପାଇଁ ଖୁସି ଖବର ! ଅତିଶୀଘ୍ର ଦିଲ୍ଲୀ ମେଟ୍ରୋ ଓ ବସରେ ନିଃଶୁଳ୍କ ଯାତ୍ରା କରିପାରିବେ ମହିଳା

source :The Hindu

କେଜରିୱାଲ ସରକାର ଦିଲ୍ଲୀରେ ବିଜୁଳି, ପାଣି, ଶିକ୍ଷା ଓ ସ୍ୱାସ୍ଥ୍ୟରେ ଏପର୍ଯ୍ୟନ୍ତ ଅଗଣିତ ମାଗଣା ସେବା ଦେଇଛି । ବିଜୁଳି ଓ ପାଣି ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ଏହାପରେ ଏବେ ଦିଲ୍ଲୀ ସରକାର ମହିଳାମାନଙ୍କୁ ମେଟ୍ରୋ ଟ୍ରେନରେ ମାଗଣାରେ ଯାତ୍ରା ସୁବିଧା ଦେବାର ଯୋଜନା କରୁଥିବା ଜଣାଯାଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ୍ ସହିତ ଯୋଗାଯୋଗ ଚାଲିଛି। ମହିଳାମାନଙ୍କୁ ନିଃଶୁକ୍ଳ ଯାତ୍ରା ପାଇଁ କିଭଳି ପାସ୍ ବ୍ୟବସ୍ଥା କରାଯିବ ବା ଏହାର ଅନ୍ୟ କୌଣସି ବିକଳ୍ପ ଅଛି, ସେ ବିଷୟରେ ତର୍ଜମା କରାଯାଉଛି। ଅନୁମାନ କରାଯାଉଛି ଯେ ଏହି ଯୋଜନାକୁ ଦିଲ୍ଲୀ ମେଟ୍ରୋ ଓ ଡ଼ିଟିସିର ବସରେ ମଧ୍ୟ ଲାଗୁ କରାଯିବ। ଏହା ବାବଦରେ ଦିଲ୍ଲୀ ସରକରଙ୍କ ଉପରେ ଅତିରିକ୍ତ ୧୨୦୦ କୋଟି ଟଙ୍କାର ବୋଝ ପଡ଼ିବ ବୋଲି ଜଣାଯାଇଛି।

publive-image

ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାଶ ଗେହଲଟ୍ ମେଟ୍ରୋର ଅଧିକାରୀମାନଙ୍କୁ କହିଛନ୍ତି ଯେ, ଏହି ଯୋଜନା ଲାଗୁ କରାଯିବା ପାଇଁ ତତ୍ପରତା ଦେଖାନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥ ରାଜ୍ୟ ସରକାର ଦେବେ। ସୂଚନା ଯୋଗ୍ୟ, ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩୩ ପ୍ରତିଶତ ହେଉଛନ୍ତି ମହିଳା। ଏହି ଯୋଜନା ଜରିଆରେ ମହିଳା ଭୋଟରଙ୍କୁ ଆକର୍ଷିତ କରିବାର ଗୁପ୍ତ ଲକ୍ଷ୍ୟ ରଖିଛି ଦିଲ୍ଲୀର ଆପ୍ ସରକାର ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe