ସୁପ୍ରିମ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି , ଏବେ ଏନଡିଏ ପ୍ରବେଶିକା ପରୀକ୍ଷାରେ ସାମିଲ ହୋଇପାରିବେ ମହିଳା

828

କନକ ବ୍ୟୁରୋ : ମହିଳାମାନେ ବି ରାଷ୍ଟ୍ରୀୟ ରକ୍ଷା ଏକାଡେମୀ (ଏନଡିଏ) ପ୍ରବେଶିକା ପରୀକ୍ଷାରେ ସାମିଲ ହୋଇପାରିବେ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଜଷ୍ଟିସ ସଂଜୟ କିଶନ କୌଲ ଓ ଜଷ୍ଟିସ ହୁର୍ଷିକେଶ ରାୟଙ୍କ ଖଣ୍ଡପୀଠ କୁଶ କାଲରାଙ୍କ ରିଟ୍ ପିଟିସନ ଉପରେ ଶୁଣାଣି କରି ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି । ଏହା ପୂର୍ବରୁ ବି ଅନେକ ବାର ମହିଳାଙ୍କୁ ଏହି ପ୍ରବେଶିକା ପରୀକ୍ଷା ପାଇଁ ଅନୁମତି ଦେବାକୁ ଦାବି ହୋଇ ଆସୁଥିଲା ।

ଯାଚିକା କର୍ତ୍ତା ତାଙ୍କ ଆବେଦନରେ କହିଥିଲେ କି ମହିଳା ମାନଙ୍କୁ ଏନଡିଏ ପ୍ରବେଶିକା ପରୀକ୍ଷାରେ ବସିବାର ସୁଯୋଗ ନଦେବା ସମ୍ବିଧାନର ଅନୁଚ୍ଛେଦ ୧୪,୧୫,୧୬ ଓ ୧୯ ର ଉଲଙ୍ଘନ । ଏହାସହ ଅଧିକାରୀ ଦ୍ୱାଦଶ ପରୀକ୍ଷାରେ ପାସ କରିଥିବା ଅବିବାହିତ ପୁରୁଷ ଆଶାୟୀଙ୍କୁ ରାଷ୍ଟ୍ରୀୟ ରକ୍ଷା ଏକାଡେମୀ ଓ ନୌସେନା ଏକାଡେମୀ ପରୀକ୍ଷାରେ ବସିବାକୁ ଅନୁମତି ଦେଉଛି ମାତ୍ର ଯୋଗ୍ୟ ଆଶାୟୀ ମହିଳାଙ୍କୁ ଲିଙ୍ଗ ବୈଷ୍ୟମତା ଆଧାରରେ ଅନୁମତି ଦେଉ ନାହିଁ । ଏନେଇ ସମ୍ବିଧାନରେ କୌଣସି ଉଚିତ କାରଣ ନଥିବା ଯାଚିକା କର୍ତ୍ତା ତାଙ୍କ ଅଭିଯୋଗରେ କହିଥିଲେ ।