ଗୋଟାଏ ମାମୁଲି ଘଟଣା ଯୋଗୁଁ ଜଣେ ଶାଶୂବୁଢ଼ୀ ନିଜ ବୋହୂ ଠାରୁ ନିସ୍ତୁକ ମାଡ଼ ଖାଇଛନ୍ତି। କଥାଟି ହେଲା ଶାଶୂ ବୋହୂଙ୍କର ବିନା ଅନୁମତିରେ ଫୁଲ ତୋଳି ପକାଇଥିଲେ। ନିଜ ମୋବାଇଲରେ ଏସମସ୍ତ ଘଟନାର ଭିଡିଓ ଉତ୍ତୋଳନ କରି ପକାଇଥିଲେ ଜଣେ ପଡ଼ୋଶୀ। ଏ ସଂପର୍କରେ କେହି ଯାଇ ଥାନାରେ ଅଭିଯୋଗ କରି ନଥିଲେ। ସାମାଜିକ ଗଣମାଧ୍ୟମରେ ଉକ୍ତ ଭିଡିଓକୁ ବଂଶଦ୍ରୋଣୀ ଥାନାର ଅଧିକାରୀ ସର୍ଜେଣ୍ଟ୍ ଶୁଭ୍ର ଚକ୍ରବର୍ତ୍ତୀ ଦେଖିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ମାତ୍ର ଅଳ୍ପ କେଇ ଘଣ୍ଟା ମଧ୍ୟରେ ସେ ଭିଡିଓ ପାଇଥିଲା ୫, ୦୩, ୦୦୦ ଭିୟୁ, ୮, ୩୦୦ ଲାଇକ୍ ଏବଂ ୨୫୦୦୦ ସେୟାର୍।
ଭାରପ୍ରାପ୍ତ ଅଧିକାରୀଙ୍କୁ ଚକ୍ରବର୍ତ୍ତୀ ଏ କଥା ଜଣାଇବା ପରେ ପୁଲିସ ସକ୍ରିୟ ହୋଇ ଉଠିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ। କିନ୍ତୁ, ପୁଲିସ ତାଙ୍କର ପରିଚୟ ଗୋପନ ରଖିବାକୁ ଯେତେ ପ୍ରତିଶ୍ରୁତି ଦେଲେ ବି ଏ ଭିଡିଓକୁ ଅପଲୋଡ୍ କରିଥିବା ରନ୍ତୁ ସେନଗୁପ୍ତ ଘଟଣା ଘଟିଥିବା ସ୍ଥାନ ଓ ସମୟ ବିଷୟରେ କହିଲେ ନାହିଁ। ପୁଲିସ ସେନଗୁପ୍ତଙ୍କର ସମସ୍ତ ବିବରଣୀ ଫେସବୁକ୍ ଆକାଉଣ୍ଟରୁ ଯୋଗାଡ଼ କରି ତାଙ୍କ ଘରେ ପହଞ୍ଚିଲେ। ଦୀର୍ଘ ସମୟ କାଉନସେଲିଙ୍ଗ୍ କରିବା ପରେ, ସେ କହିଲେ କି, ଭିଡିଓଟି ସେ କେନିଙ୍ଗର ଭୋଲାର୍ ବଜାର ଅଞ୍ଚଳର ଜଣେ ଡାକ୍ତରଙ୍କ ଠାରୁ ପାଇଥିଲେ। ପୁଲିସ ଡାକ୍ତରବାବୁଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ କି, କୋଲକାତାର ଜଣେ ମେଡିସିନ ରିପ୍ରେଜେନଟେଟିଭ୍ ତାଙ୍କୁ ପାଖକୁ ଏଇଟା ପଠାଇଥିଲେ। ଡାକ୍ତରବାବୁ କହିଲେ: ଘଟଣାଟି ଗରିଆର ପଞ୍ଚାନନତାଲା ଅଞ୍ଚଳରେ ଘଟିଛି।
ଅନେକ ଉଦ୍ୟମ ପରେ ମଧ୍ୟ ପୁଲିସ ସେ ମେଡିକାଲ୍ ରିପ୍ରେସେନଟେଟିଭ୍ଙ୍କ ନିକଟରେ ପହଞ୍ଚି ପାରିଲେ ନାହିଁ। ଶେଷରେ ପୁଲିସ ପୀଡ଼ିତା ଓ ଅଭିଯୁକ୍ତଙ୍କ ଫଟୋ ଧରି ପଞ୍ଚାନନତାଲାକୁ ଗଲେ। ତେବେ ଯାଇ ଜଣାପଡ଼ିଲା ପୀଡ଼ିତା ହେଉଛନ୍ତି ବୋରାଲ୍ ଉତ୍ତରପଡ଼ାର ଦିବଂଗତ ସନ୍ତୋଷ ପାଲ୍ଙ୍କ ପତ୍ନୀ ୭୫ ବର୍ଷୀୟ ଯଶୋଦା ପାଲ୍। ମାଡ଼ ଦେଇଥିବା ମହିଳା ହେଉଛନ୍ତି ତାଙ୍କ ବୋହୂ ୪୦ ବର୍ଷୀୟ ସ୍ୱପ୍ନା ପାଲ୍। ତାଙ୍କ ପୁଅ ରଞ୍ଜିତ୍ ପାଲଙ୍କର ପତ୍ନୀ। ପୁଲିସ କହୁଛି ଯଶୋଦା ଜଣେ ଏମନସିଆ ରୋଗୀ, ଅର୍ଥାତ୍ ତାଙ୍କର ସ୍ମରଣ ଶକ୍ତି ନାହିଁ।ଘଟଣା ଘଟିବା ବେଳେ ଯଶୋଦାଙ୍କ ନାତିମାନେ ସମ୍ଭବତଃ ଘରେ ଶୋଇ ପଡ଼ିଥିଲେ। ତାଙ୍କ ବୋହୂ ନିୟମିତ ରୂପେ ତାଙ୍କୁ ମାରପିଟ୍ କରୁଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Photo-4-1.jpg)