ନାରୀ ସମ୍ମାନର ୨ଟି ଅଭାବନୀୟ ଚିତ୍ର : ଗଂଜାମ ସାନବୋରସିଂରେ ମହିଳାଙ୍କୁ ମାଡ ମାରି ହାତ ଭାଙ୍ଗିଲେ ଥାନା ବାବୁ

86

କନକ ବ୍ୟୁରୋ : ନାରୀ ସମ୍ମାନର ଅଭାବନୀୟ ଚିତ୍ର । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା  ସାନବୋରସିଂ ଗାଁରେ ଥାନା ଅଧିକାରୀଙ୍କ ମାଡରେ ଜଣେ ମହିଳାଙ୍କ ହାତ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ଅପୂର୍ବ ଗୌଡଙ୍କ ମୃତ୍ୟୁ ପରେ ମିଳିଥିବା ଚାକିରି ଓ ମୃତ୍ୟୁ ବିମା ବାବଦକୁ ମିଳିଥିବା ଟଙ୍କା ପୁଅମାନଙ୍କ ଭାଗ ବାଂଟ ପାଇଁ ଆସିଥିଲେ ଥାନା ଅଧିକାରୀ । ହେଲେ ପୁଅମାନେ ବିବାହ କରିନଥିବାରୁ ଭାଗ ବଂଟାକୁ ବିରୋଧ କରିଥିଲେ ମୃତ ଅପୂର୍ବଙ୍କ ସ୍ତ୍ରୀ କାମକଳା ଗୌଡ ।

ଯାହାକୁ ନେଇ ଥାନା ବାବୁ ଓ କାମକଳାଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା । ଏତିକିରେ ଥାନାବାବୁ ରାଗି ଯାଇଁ ମହିଳା ଜଣଙ୍କୁ ଅସଦାଚାରଣ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ଥାନା ବାବୁଙ୍କ ମାଡରେ କାମକଳାଙ୍କ ହାତ ଭାଙ୍ଗି ଯାଇଛି । ଏନେଇ ମହିଳା ଜଣଙ୍କ ଏସଡିପିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ଏପଟେ ବଂଲାଂଗିରରେ ଚୋରୀ ଅଭିଯୋଗ ମହିଳାଙ୍କୁ ଅକଥନୀୟ ନିର୍ଯାତନା । ଆଦିବାସୀ ଯୁବତୀଙ୍କ ଚୁଟି କାଟି ମୁହଁରେ କଳି ବୋଳି ଗାଁ ଦାଣ୍ଡରେ ବୁଲାଇଲେ ଗ୍ରାମବାସୀ । ବଂଲାଂଗିରର ପରଧିଆପାଲିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୋବାଇଲ ଚୋରି ଅଭିଯୋଗରେ ଜଣେ ଯୁବତୀଙ୍କୁ କିଛି ଗାଁ ଲୋକ ତାଙ୍କ ଚୁଟି କାଟି, ମୁହଁରେ କଳା ବୋଲି ଗାଁରେ ବୁଲାଇଥିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।

ଯୁବତୀ ଓ ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଯାହାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିବା ବେଲେ ବଲାଗିଂର ଆଦିବାସୀ ସଂଘ ମଧ୍ୟ ସାମନାକୁ ଆସି କଠୋର କାର୍ଯ୍ୟାନୁଷ୍ଠାନର ଦାବୀ କରିଛି । ନହେଲେ ଆଦିବାସୀ ସଂଘ ବଡ ଆନ୍ଦୋଳନ କରିବ ବୋଲି ଧମକ ଦେଇଛି । ଅନ୍ୟପଟେ ପୋଲିସ ଏହାର ଲିଖିତ ଅଭିଯୋଗ ପାଇବା ପରେ ଜଣେ ଡିଏସପି ପାହ୍ୟାର ଅଫିସର ଏହାର ତଦନ୍ତ ଦାୟିତ୍ୱ ନେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –