ସାହାଯ୍ୟ କରିବାକୁ ଯାଇ ପୋଲିସ ହଟହଟା  । କୋରାପୁଟ କାକରିଗୁମାରେ ଦୁର୍ଘଟଣା ପରେ ଓଆଇସି ଏବଂ କନେଷ୍ଟବଳଙ୍କୁ ଗୋଡେଇ ଗୋଡେଇ ପିଟିଲେ ମହିଳା  ।

185

କନକ ବ୍ୟୁରୋ : ସାହାଯ୍ୟ କରିବାକୁ ଯାଇ ହଟହଟା ହେଲା ପୋଲିସ । ଉତ୍ୟକ୍ତ ଗାଁ ଲୋକଙ୍କ ରୋଷର ଶିକାର ହେଲେ ପୋଲିସ ବାବୁ । ଓଆଇସି ଓ କନଷ୍ଟେବଳଙ୍କୁ ଗୋଡାଇ ଗୋଡାଇ ଛେଚିଲେ ଲୋକେ । କୋରାପୁଟ କାକିରିଗୁମା ଥାନା ଅଂଚଳରେ ଘଟିଛି ଏହି ଘଟଣା । ପୋଲିସକୁ ମାଡ ମାରୁଥିବାର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି ।

 ଖବର ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ କାକିରୁଗୁମା ଥାନା ନିକଟରେ  ଗୋଟିଏ ବାଇକ୍ ଓ ଟିପର ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ଗୁରୁତର ବ୍ୟକ୍ତିଙ୍କୁ ପୋଲିସ ହସ୍ପିଟାଲ ପଠାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ପରିବାର ଓ ଗାଁ ଲୋକେ ଆସିବା ପୂର୍ବରୁ  ଜାଣିଶୁଣି ରାସ୍ତାରୁ ମୃତ ବ୍ୟକ୍ତିଙ୍କୁ ପୋଲିସ ହଟାଇ ଦେଇଥିବା ଅଭିଯୋଗ କରି ତାତିଥିଲେ ଗାଁ ଲୋକେ । ପୋଲିସ ସହ ଯୁକ୍ତିତର୍କ କରିବା ସହ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ । ଘଟଣା ସ୍ଥଳରେ ଚାପା ଉତେଜନା ଲାଗି ରହଛି । ପୋଲିସକୁ ଗାଁ ମହିଳାଙ୍କ ଏହି ମାଡ ଭିଜୁଆଲ୍ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।