କନକ ବ୍ୟୁରୋ: ମଦ ବିରୋଧରେ ଗର୍ଜିଲେ ଶତାଧିକ ମହିଳା । ନାରା ବାଜି ସହ ମଦ ଦୋକାନର ତାଲାକୁ ଭାଙ୍ଗିଲେ । କୋରାପୁଟ ଜିଲ୍ଳା ଦଶମନ୍ତପୁର ବ୍ଳକର ପୋଡ଼ାଗଡ଼ ଗ୍ରାମରେ ମଦ ବିରୋଦରେ ତାତିଲେ ମହିଳା । ଆଉ କହିଲେ ମଦ ପାଇଁ ସେମାନେ ବିଧବା ହେବେ ନାହିଁ । କୁଆଡେ ସେମାନଙ୍କ ଗାଁକୁ ବିଧବା ଗାଁ ବୋଲି କୁହାଯାଉଛି । ଗାଁରେ ପ୍ରଚୁର ପରିମାଣରେ ଦେଶୀ ମଦ ଓ ରାସ୍ତା ଉପରେ ବିଦେଶୀ ମଦ ବିକ୍ରି ହେଉଥିବାରୁ ଗାଁର ପୁରୁଷମାନେ ଦିନ ରାତି ମଦରେ ବୁଢ଼ି ରହୁଛନ୍ତି ।
ଗାଁର ୫୦ରୁ ଅଧିକ ମହିଳା ଏହି ମଦ ପାଇଁ ବିଧବା ହୋଇ ସାରିଛନ୍ତି । ଅନେକ ପୁଅକୁ ହରାଇଛନ୍ତି । ତେଣୁ ମଦ ବିକ୍ରି ବନ୍ଦ କରିବା ପାଇଁ ଜିଲ୍ଳା ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ଅଧିକାରୀଙ୍କୁ ବାରମ୍ବାର ଗୁହାରି କରିଛନ୍ତି ଗାଁର ମହିଳା । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମହିଳାମାନେ ବାଧ୍ୟ ହୋଇ ରାସ୍ତା ଉପରକୁ ଓଲ୍ଲାଇବା ସହ ମଦ ଦୋକାନ ତାଲା ଭାଙ୍ଗି ଦେଇଛନ୍ତି । ଗାଁରୁ ମଦ ଦୋକାନ ଉଚ୍ଛେଦ ନହେବା ଯାଏଁ ମହିଳାଙ୍କ ମଦ ବିରୋଧୀ ଲଢେଇ ଜାରି ରହିବ ବୋଲି କହିଛନ୍ତି ତାଲା ଭାଙ୍ଗୁଥିବା ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/9-35.jpg)