କନକ ବ୍ୟୁରୋ : ଅବସର ସମୟକୁ ବର୍ବାଦ ନକରି କିଛି ନୂଆ କରି ଦେଖାଇବାର ଲକ୍ଷ ନେଇ ୟୁଟ୍ୟୁବ ଦେଖି ଆରମ୍ଭ କଲେ ଝୋଟ,ଓଲ ଏବଂ ସବାଇ ଘାସରୁ ଗୃହ ଉପକରଣ ତିଆରି କରିବା,ଆଉ ଏହା ତାଙ୍କୁ ବେସ ସଫଳତା ଦେବା ସହ ରୋଜଗାରର ରାସ୍ତା ଦେଖାଇଛି,ଏପରି ସଫଳତା ପଇଛନ୍ତି ବସ୍ତା ନାବରା ଗ୍ରାମର ମା-ମଙ୍ଗଳା ହସ୍ତଶିଳ୍ପ କେନ୍ଦ୍ରର ୪୪ ଜଣ ମହିଳା ।
ପ୍ରସ୍ତୁତ ହେଉଛି ସୁନ୍ଦର ସୁନ୍ଦର ଘରୋଇ ଉପକରଣ । କଣ୍ଢେଇ, ଚପଲ, ଫୁଲଷ୍ଟାଣ୍ଡ, ଚାବିରିଙ୍ଗ୍, ଚପଲଭଳି ୨ଶହରୁ ଅଧିକ ପ୍ରକାରର ସାମଗ୍ରୀ । ଆଉ ଏସବୁ ପ୍ରସ୍ତୁତ ହେଉଛି ସବାଇ ଘାସରୁ । ସବୁଠୁ ବଡ କଥା ହେଉଛି ବିନା କୌଣସି ପ୍ରଶିକ୍ଷଣରେ ଏସବୁକୁ ତିଆରି କରୁଛନ୍ତି ବାଲେଶ୍ୱର ବସ୍ତା ନାବରା ପଂଚାୟତର ମହିଳାମାନେ । ୨୦୧୭ରେ ୧୦ଜଣ ମହିଳା ମିଶି ମା-ମଙ୍ଗଳା ହସ୍ତଶିଳ୍ପ କେନ୍ଦ୍ର ଆରମ୍ଭ କରିଥିଲେ । ୩ ଶହ ଟଙ୍କା ଲେଖାଏଁ ବ୍ୟାଙ୍କରେ ଜମା ରଖି ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ ସଫଳତା ପାଇଛି । କୌଣସି ତାଲିମ ନ ନେଇ ୟୁ ଟ୍ୟୁବରୁ ଦେଖି ଏସବୁକୁ ପ୍ରସ୍ତୁତ କରୁଛନ୍ତି ଏହି ମହିଳାମାନେ । ଆଉ ଏହି ସବୁକୁ ସ୍ଥାନୀୟ ବଜାର ସମେତ ବିଭିନ୍ନ ମେଳାରେ ଷ୍ଟଲ ପକାଇ ବିକ୍ରି କରିବା ସହିତ ବିଭିନ୍ନ ସଂସ୍ଥା ମାଧ୍ୟମରେ ବାହାର ଦେଶ ଏବଂ ରାଜ୍ୟରେ ବିକ୍ରି କରୁଛନ୍ତି ।
ସାମଗ୍ରୀ ତିଆରି କରିବା ପାଇଁ ମୟୁରଭଞ୍ଜରୁ ସବାଇଘାସ,ବାଲିଆପାଳରୁ ଝୋଟ ଆଦି ଆବଶ୍ୟକୀୟ କଂଚାମାଲ ଆଣିଥାନ୍ତି । ଗୋଟିଏ ଝୋଟରେ ତିଆରି ପାପୋଛ ତିଆରି ପାଇଁ ୪୦ ରୁ ୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୮୦ ରୁ ୧୨୦ ଟଙ୍କାରେ ବବିକ୍ରୀ କରିଥାନ୍ତି,ସେହିଭଳି ଚପଲ ପାଇଁ ୨୦ ରୁ ୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୦୦ ରୁ ୧୨୦ ଟଙ୍କାରେ ବିକ୍ରି ହୋଇଥାଏ,ଫୁଲଷ୍ଟାଣ୍ଡ ପାଇଁ ୫୦ ରୁ ୬୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୦୦ ରୁ ୧୧୦ ଟଙ୍କାରେ ବିକ୍ରୀ,ସିନେରି ପାଇଁ ୧୫୦ ଖର୍ଚ୍ଚ ହେଉଥିବା ବେଳେ ୨୫୦ ରୁ ୩୦୦ ସେହିଭଳି ସବାଇ ଘାସରୁ ତିଆରି ପାଛିଆ ପାଇଁ ୪୦ ରୁ ୫୦ ତଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୫୦ ରୁ ୨୦୦ ଟଙ୍କାରେ ବିକ୍ରୀ ହୋଇଥାଏ ।
ସରକାର ଯଦି ସହାୟତାର ହାତ ବଢାନ୍ତି ତାହା ହେଲେ ବ୍ୟାଙ୍କ ଏବଂ ଓର୍ମାସରୁ ରୃଣ ଆଣି ଏହି କେନ୍ଦ୍ରକୁ ଆଉ ଅଧିହ ବଢାଇବା ସହିତ ପ୍ରଶିକ୍ଷକ ନିଯୁକ୍ତି ଦେଇ ଅଧିକ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେଇ ଅଧିକ ରୋଜଗାର କରିପାରନ୍ତେ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/01/21-22.jpg)