କନକ ବ୍ୟୁରୋ: ମହିଳା ଏବେ ଆଉ ଚାରିକାନ୍ଥ ଭିତରେ ନାହାନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହିତ ବଢାଇଛନ୍ତି କାରବାର । ଏମିତି କିଛି ଦୃଶ୍ୟ ସମ୍ବଲପୁର କୃଷି ମେଳାରେ ଦେଖିବାକୁ ମିଳିଛି । ୧୦ଟି ଜିଲ୍ଲାର ମହିଳାମାନେ ଏଥିରେ ସାମିଲ ହେବା ସହିତ ହାତ ତିଆରି ସାମଗ୍ରୀ ପ୍ରଦର୍ଶନ କରିଛନ୍ତି । ମିଲେଟ ମିଶନରୁ ହେଉ କି ଓରମାସ ସାହାଯ୍ୟରେ ହେଉ । ବାଉଁଶ ଶିଳ୍ପରୁ ତିଆରି ଘର କରଣା ଆଦି ଜିନିଷ ସମସ୍ତଙ୍କ ପସନ୍ଦ ପାଲଟିଛି । କୃଷିରୁ ନେଇ ଭଳିକି ଭଳି ସମ୍ବଲପୁରୀ ବସ୍ତ୍ର ତିଆରି କରି ବିକ୍ରି ହେଉଛି ।
ପଶ୍ଚିମଓଡ଼ିଶାର ପ୍ରାୟ ୧୦ଟି ଜିଲ୍ଲାରୁ ୫ଶହରୁ ଅଧିକ ଚାଷୀ ଓ ମହିଳା ଉଦ୍ୟୋଗୀ ସାମିଲ ହୋଇଥିଲେ । ଏହି ମେଳାରେ ବିଭିନ୍ନ ସ୍ଥାନରୁ ଲୋକଙ୍କ ଭିଡ ଜମିବା ସହ କିଣାବିକାର ଆସର ବି ଜମିଥିଲା । ଖାସ୍ କରି ମହିଳା ଗ୍ରୁପ ଦ୍ୱାରା ଯୋଗାଯାଉଥିବ ଜିନିଷ ବଜାର ମୂଲ୍ୟଠାରୁ ଢେର କମ୍ ରହଛି । ଯାହା କିଣବାକୁ ଲୋକଙ୍କ ଭିଡ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/vlcsnap-2023-01-28-18h50m35s828.jpg)