ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ବ୍ୟାଙ୍କିଂ ସେବା ଯୋଗାଇବା ପାଇଁ ପାହାଡ଼ ଚଢ଼ୁଛନ୍ତି ମହିଳା। ମୋହନା ବ୍ଲକ ମଳାସପଦର ପଞ୍ଚାୟତରୁ ଆସିଲା ଚିତ୍ର।

ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ବ୍ୟାଙ୍କିଂ ସେବା ଯୋଗାଇବା ପାଇଁ ପାହାଡ଼ ଚଢ଼ୁଛନ୍ତି ମହିଳା। ମୋହନା ବ୍ଲକ ମଳାସପଦର ପଞ୍ଚାୟତରୁ ଆସିଲା ଚିତ୍ର।

କନକ ବ୍ୟୁରୋ: ପାହାଡିଆ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ବ୍ୟାଙ୍କିଂ ସେବା ଯୋଗାଇବା ପାଇଁ ପ୍ରତିଦିନ ପାହାଡ଼ ଚଢ଼ୁଛନ୍ତି ଜଣେ ମିଶନ ଶକ୍ତିର ମହିଳା । ଗଜପତି ଜିଲ୍ଲା ମୋହନା ବ୍ଲକ ଦୁର୍ଗମ ମଳାସପଦର ପଞ୍ଚାୟତର ଦେଖିବାକୁ ମିଳିଛି ଏହି ଘଟଣା । ପଞ୍ଚାୟତର ଜନସାଧାରଣଙ୍କୁ ସମସ୍ତ ବ୍ୟାଙ୍କିଂ ସେବା ଓ ଡିଜିଟାଲ ସେବା ଯୋଗଇବା ପାଇଁ ଛଣବଣିଆ ଗାଁର ଚରିତା ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଛି । ଅଞ୍ଚଳରେ ନେଟୱାକ ସୁବିଧା ନଥିବାରୁ ପଞ୍ଚାୟତର ପ୍ରାୟ ୮ଟି ଗାଁର ଲୋକଙ୍କୁ ପାହାଡ଼ ଚଢ଼ି ପାହାଡ଼ ଉପରେ ସେବା ଯୋଗାଉଛନ୍ତି ଚରିତା । ବିଭିନ୍ନ ଗାଁର ବୟସ୍କଙ୍କୁ ମିଳୁଥିବା ଭତ୍ତା ଟଙ୍କା, ମନରେଗା ଯୋଜନାରେ ଟଙ୍କା ଉଠାଣ ସମେତ ମୋବାଇଲ, ଡିସଟିଭି ରିଚାର୍ଜ ସମେତ ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ବହୁ କଷ୍ଟରେ ପାହାଡ଼ ଚଢ଼ିବାକୁ ପଡ଼ୁଛି । ନେଟୱାର୍କ ନଥିବାରୁ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକମାନେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe