କନକ ବ୍ୟୁରୋ: ପାହାଡିଆ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ବ୍ୟାଙ୍କିଂ ସେବା ଯୋଗାଇବା ପାଇଁ ପ୍ରତିଦିନ ପାହାଡ଼ ଚଢ଼ୁଛନ୍ତି ଜଣେ ମିଶନ ଶକ୍ତିର ମହିଳା । ଗଜପତି ଜିଲ୍ଲା ମୋହନା ବ୍ଲକ ଦୁର୍ଗମ ମଳାସପଦର ପଞ୍ଚାୟତର ଦେଖିବାକୁ ମିଳିଛି ଏହି ଘଟଣା । ପଞ୍ଚାୟତର ଜନସାଧାରଣଙ୍କୁ ସମସ୍ତ ବ୍ୟାଙ୍କିଂ ସେବା ଓ ଡିଜିଟାଲ ସେବା ଯୋଗଇବା ପାଇଁ ଛଣବଣିଆ ଗାଁର ଚରିତା ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଛି । ଅଞ୍ଚଳରେ ନେଟୱାକ ସୁବିଧା ନଥିବାରୁ ପଞ୍ଚାୟତର ପ୍ରାୟ ୮ଟି ଗାଁର ଲୋକଙ୍କୁ ପାହାଡ଼ ଚଢ଼ି ପାହାଡ଼ ଉପରେ ସେବା ଯୋଗାଉଛନ୍ତି ଚରିତା । ବିଭିନ୍ନ ଗାଁର ବୟସ୍କଙ୍କୁ ମିଳୁଥିବା ଭତ୍ତା ଟଙ୍କା, ମନରେଗା ଯୋଜନାରେ ଟଙ୍କା ଉଠାଣ ସମେତ ମୋବାଇଲ, ଡିସଟିଭି ରିଚାର୍ଜ ସମେତ ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ବହୁ କଷ୍ଟରେ ପାହାଡ଼ ଚଢ଼ିବାକୁ ପଡ଼ୁଛି । ନେଟୱାର୍କ ନଥିବାରୁ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକମାନେ ।