ଦେଶବ୍ୟାପି ମହିଳା ଦିବସ ପାଳନ। ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଲେ, ମହିଳା ସଶକ୍ତୀକରଣରେ ରାଜ୍ୟ ଆଗୁଆ

127

କନକ ବ୍ୟୁରୋ: ଲୋକସେବା ଭବନର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ମହିଳା ଦିବସ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ମହିଳା ସଶକ୍ତିକରଣ ଓ ବିକାଶ କ୍ଷେତ୍ରରେ ଓଡ଼ିଶା ଆଗୁଆ ରହିଥିବାରୁ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳାମାନଙ୍କ ସଫଳତା ଓ ଆତ୍ମବିଶ୍ୱାସ ସମସ୍ତଙ୍କୁ ସମ୍ମୋହିତ କରିଛି । ଏବଂ ମହିଳା ସଶକ୍ତିକରଣ ପାଇଁ ଓଡ଼ିଶା ସରକାର ସବୁବେଳେ ତତ୍ପର ଥିବା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୦ଲକ୍ଷ ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସବଳ କରିବା ପାଇଁ ସରକାର କାମ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହିଳାଙ୍କୁ ସମ୍ମାନିତ କରାଯାଇଛି ।

ବିଶ୍ୱ ମହିଳା ଦିବସ ଅବସରରେ ସାରା ଦେଶରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି ଅବସରରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଆଣିଛନ୍ତି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ । ଏହି ଘୋଷଣା ଅନୁଯାୟୀ ଆଜି ମୋ ବସ୍ରେ ମହିଳାମାନେ ମାଗଣାରେ ଯାତ୍ରା କରୁଛନ୍ତି ।ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ମହିଳାମାନଙ୍କ ସ୍ୱତନ୍ତ୍ର ସୁବିଧା ଘୋଷଣା କରିଛି । ଏହି ଘୋଷଣା ଅନୁଯାୟୀ ଆଜି ସାରା ଦେଶରେ ପ୍ରତ୍ୱତତ୍ୱ ସର୍ଭେକ୍ଷଣ ଦ୍ୱାରା ସଂରକ୍ଷିତ ସ୍ମାରକଗୁଡିକରେ ମହିଳାମାନେ ବିନା ଦେୟରେ ପ୍ରବେଶ କରୁଛନ୍ତି । ଏବଂ ଏହା ସାରା ଦେଶରେ ଲାଗୁ ହୋଇଛି । ଆଗ୍ରାର ତାଜମହଲ, ଦିଲ୍ଲୀର କୁତବମିନାର.ଲାଲ କିଲ୍ଲା,କର୍ଣ୍ଣାଟକର ଶ୍ରୀରଙ୍ଗପଟ୍ଟନମ, ସୋମନାଥ୍ପୁରା, ବାଙ୍ଗାଲୁରର ଟିପୁ ପ୍ୟାଲେସ ଓ ଚିତ୍ରଦୁର୍ଗ କିଲ୍ଲାରେ ବିନା ଦେୟରେ ଆଜି ମହିଳା ମାନେ ପ୍ରବେଶ କୁରୁଛନ୍ତି । ଏହି କ୍ରମେ ବିଶ୍ୱ ପ୍ରସିଦ୍ଧ କୋଣାର୍କରେ ବି ମହିଳାମାନଙ୍କ ପାଇଁ ମାଗଣାରେ ଏଂଟ୍ରି କରୁଛନ୍ତି ।

ଅନ୍ତର୍ଜାତୀୟ ମହିଳା ଦିବସରେ ଭୁବନେଶ୍ୱରରେ ଅୟୋଜିତ ହୋଇଛି କାର ରାଲି । ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର ରାଲିରେ ମହିଳାମାନେ ଅଂଶଗ୍ରହଣ କରିଛନ୍ତି । ରାଲି ଭୁବନେଶ୍ୱରରେ ସାଣ୍ଡି ଟାୱାରରୁ ଆରମ୍ଭ ହୋଇ ରାମ ମନ୍ଦିର ଓ କିଟ ଷ୍ଟାଡିୟମ ଯିବ । ଅନ୍ତର୍ଜାତୀୟ ମହିଳା ଦିବସରେ ତୃତୀୟ ଥର ଲାଗି ଫାଉଣ୍ଡେସନ ପକ୍ଷରୁ ଏଭଳି ରାଲିର ଆୟୋଜନ କରାଯାଇଛି ।  ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭୁବନେଶ୍ୱରରେ ବି ବାହରିଛି ବାଇକ ରାଲି । ଏଥିରେ ବିଭିନ୍ନ ପ୍ରକାରର ବାଇକରେ ମହିଳାମାନେ ଯାତ୍ରା କରିଛନ୍ତି । ଓି୍ୱ ଦି ରୋଡ କ୍ୱିନ ପକ୍ଷରୁ ଏହି ବାଇକ ରାଲିର ଆୟୋଜନ କରାଯାଇଛି । ୩ ବର୍ଷ ହେଲା ଏହି ବାଇକ ରାଲିର ଆୟୋଜନ କରାଯାଇଛିା