ବାହା ନହେଲେ ଦେଶ ଛାଡିବା ମନା,କାବୁଲର କରୁଣ ଦୃଶ୍ୟ

456

କନକ ବ୍ୟୁରୋ : ତାଲିବାନୀମାନେ ଆଫଗାନ ଦଖଲ କରିବା ପରେ ସେମାନଙ୍କ ପ୍ରକୃତ ଚରତ୍ର ସେଠାରେ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି । ହେଲେ ସବୁଠାରୁ ବଡକଥା ତାଲିବାନୀମାନେ ସେମାନଙ୍କର ସରିଆ ଆଇନ ଲାଗୁ କରିବାକୁ ପୁରା ଦମରେ ଆଫଗାନ ଉପରେ ଚାପ ପକାଇବାରେ ଲାଗିଛନ୍ତି । ଏହି କ୍ରମରେ ସେମାନେ ମହିଳାଙ୍କ ମୌଳିକ ଅଧିକାର ଛଡାଇନେବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି ।

ଏହାସହ ମହିଳାଙ୍କ ଉପରେ ସେମାନଙ୍କ ଅକଥନୀୟ ଅତ୍ୟାଚାର ଗୋଟିଏ କଥାରୁ ସ୍ପଷ୍ଟ ହୋଇଛି । ତାଲିବାନୀମାନଙ୍କୁ ଭୟକରି ଆଫଗାନ ନାଗରିକମାନେ ଦେଶ ଛାଡି ଅନ୍ୟ ଦେଶକୁ ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଯେଉଁ ବାଳିକା ମାନେ ବିବାହ କରି ନାହାନ୍ତି ସେମାନଙ୍କ ପାଇଁ କାବୁଲ ବିମାନବନ୍ଦର ଭିତରକୁ ପ୍ରବେଶ କରିବା ଉପରେ ତାଲିବାନ କଟକଣା ଲଗାଇଛି । ଏହାକୁ ନେଇ ଆଫଗାନିସ୍ତାନର ପିତା ମାତାମାନେ ସେମାନଙ୍କ ଝିଅ ମାନଙ୍କୁ ବାହାର ଦେଶକୁ ପଠାଇବା ପୂର୍ବରୁ ସେମାନଙ୍କର ବିବାହ କରିବାକୁ ବାଧ୍ୟ ହେଉଛନ୍ତି ।

ତାଲିବାନୀମାନଙ୍କର ଏଭଳି ଅତ୍ୟାଚାରର ଖବର ଏବେ ଆମେରିକା ପ୍ରଶାସନ ପାଖରେ ପହଂଚି ସାରିଛି । ଆମେରିକା ବିଦେଶ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଓ ରକ୍ଷା ମନ୍ତ୍ରଣାଳୟ ଏହି ଘଟଣା ଉପରେ ତକ୍ରାଳ ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିି ।

ଅନ୍ତର୍ଜାତୀୟ ଗଣମାଧ୍ୟରେ ଏହି ଖବର ପ୍ରସାରଣ ହୋଇଛି । ସୂଚନା ମୁତାବକ ଏହା ସିଧା ସଳଖ ମାନବ ଚାଲାଣ ମାମଲା ସହ ସମାନ ବୋଲି କୁହାଯାଇଛି । କୁହାଯାଇଛି କି ଆଫଗାନ ମହିଳା ଓ ସେମାନଙ୍କ ପିତାମାତା ଏଭଳି କରିବାକୁ ବାଧ୍ୟ ହେଉଛନ୍ତି । ସେମାନେ ତାଲିବାନୀ ମାନଙ୍କର ଅତ୍ୟାଚାରକୁ ଭୟ କରି ଏଭଳି କରୁଥିବା କୁହାଯାଇଛି ।