କନକ ବ୍ୟୁରୋ: ପିଇବା ପାଣି ପାଇଁ ଚାଲିବାକୁ ପଡୁଛି ୨ କିଲୋମିଟର । ହାତରେ, ମୁଣ୍ଡରେ ପାଣି ପାତ୍ର ଧରି ବିପଦସଙ୍କୁଳ ଅବସ୍ଥାରେ ରାସ୍ତା ପାର ହେଉଛନ୍ତି ମହିଳା ଓ ଶିଶୁ । ମାସ କି ବର୍ଷେ ନୁହେଁ ୫୦ ବର୍ଷ ହେବ ଏଭଳି ସମସ୍ୟା ଭୋଗୁଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ବିଲପାଟଣା ଗ୍ରାମବାସୀ । ଗାଁରେ ଗୋଟିଏ ନଳକୂପ ରହିଥିଲେ ମଧ୍ୟ ତାହା ଅଚଳ ହୋଇଯାଇଛି । ଫଳରେ ପାଣି ପାଇଁ ଗାଁର ମହିଳାମାନଙ୍କୁ ପ୍ରତିଦିନ ଅନ୍ୟ ଗାଁକୁ ଯିବାକୁୂ ପଡୁଛି ।

Advertisment

ଖରା ଦିନ ଆସିଲେ ପାଣି ପାଇଁ ଚିନ୍ତାରେ ପଡିଯାନ୍ତି ବିଲପାଟଣା ଗ୍ରାମବାସୀ । ପୋଖରୀ, ନାଳ ଶୁଖିଯିବାରୁ ପିଇବା ପାଣି ସହ ସହ ଅନ୍ୟ କାର୍ଯ୍ୟ ପାଇଁ ମଧ୍ୟ ପାଣି ଆଣିବାକୁ ପଡିଥାଏ । କଣାସ ବ୍ଲକର ଏହି ଗୋଟିଏ ଗାଁ ନୁହେଁ ଏଭଳି ଅନେକ ଗାଁ ରହିଛି ଯେଉଁଠି ପିଇବା ପାଣିର ସଠିକ୍ ବ୍ୟବସ୍ଥା ନାହିଁ । ଏହି ଗାଁଗୁଡିକୁ ପାଣି ଯୋଗାଇବାକୁ ବସୁଧା ଯୋଜନାରେ ସରକାର ଦୟା ନଦୀ କୂଳରେ ମେଗା ପାନୀୟ ଜଳ ପ୍ରକଳ୍ପ କରୁଛନ୍ତି । ବ୍ଲକର ୨୮ ଗାଁକୁ ପିଇବା ପାଣି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । କେତକ ସ୍ଥାନରେ ପାଣି ପାଇଁ ପାଇପ୍ ମଧ୍ୟ ପଡିସାରିଛି । ହେଲେ କେବେ ଏହି କାର୍ଯ୍ୟ ଶେଷ ହେବ ଏବଂ ଗାଁରେ ପିଇବା ପାଣି ମିଳିବ ତାକୁ ଚାହିଁ ବସିଛନ୍ତି ଅନେକ ଗ୍ରାମବାସୀ । ୧୦୦ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ପାନୀୟ ଜଳ ପକଳ୍ପ କେବେ ସରିବ ଏବଂ ଗ୍ରାମବାସୀଙ୍କର ଦୀର୍ଘ ୫୦ ବର୍ଷର ସ୍ୱପ୍ନ ପୂୁରଣ ହେବ ତାହା ସମୟ ହିଁ କହିପାରିବ ।

ଖରା ଦିନ ଆସିଲେ ସତେ ଯେମିତି ଦୁଃଖ ର ଛାୟା ଖେଳିଯାଏ କଣାସ ଅନେକ ଅଂଚଳ ରେ ପାନୀୟ ଜଳ ଟୋପାଏ ପାଇଁ । କଣାସ ଗଡ଼ ସାହି ପଂଚାୟତ ର ବିଲ ପାଟଣା ଗାଁ । ଗାଁ ରେ ରହିଛି ଗୋଟିଏ ନଳ ଟିଉବଲ ସେ ପୁଣି ଅଚଳ । ପାଣି ଟୋପାଏ ପାଇଁ ଡହଳ ବିକଳ କଣାସର କେବଳ ଲୋକେ । କେବଳ ଯେ ଏହି ଗାଁ ତାହା ନୁହେଁ ଅନେକ ଗାଁ ର ସମାନ ଦୃଶ୍ୟ ଦେଖିବାକୁ ମିଳେ । ରାତି ପାହିଲେ ପାଣିର ଚିନ୍ତା ଘାରିଥାଏ ମହିଳା ମାନଂକୁ । ଦୀର୍ଘ ୫୦ ବର୍ଷ ହେଲାଣି ଏହି ଭଳି ହଇରାଣ ହେଉଥିବା ମହିଳା ମାନେ ପ୍ରତେକ ଦିନ ଜୀବନକୁ ବାଜି ଲଗାଇ ରାସ୍ତା ଅତିକ୍ରମ କରି ପାଣି ଆଣୁଛନ୍ତି ଏଥର ବିଶ୍ୱାସ ରହିଛି ଭୋଟ ଦେଇଛନ୍ତି ବୋଧ ହୁଏ ସେମାନଙ୍କର ପାନୀୟ ଜଳ ର ସମସ୍ୟା ଦୂର ହେବ ବୋଲି ଆଶା ବାନ୍ଧି ରହିଛନ୍ତି ।

ପଂଚାୟତର ଏହି ପାନୀୟ ଜଳର ସମସ୍ୟା ଉପରେ ମୁଁ ଅଧିକାରୀଙ୍କ ସହିତ ଆଲୋଚନା କରି ସମାଧାନ କରିବି ବୋଲି ସ୍ଥାନୀୟ ସରପଞ୍ଚ କହିଥିବା ବେଳେ ବ୍ଲକ ଯନ୍ତ୍ରୀ କହିଛନ୍ତି ପ୍ରତେକ ବର୍ଷ ଆମେ ଗାଁ ଗାଁ ପିଇବା ପାଣି ଟ୍ୟାଙ୍କର ଯୋଗେ ଯୋଗାଇ ଦେଇଥାଉ ଏବର୍ଷ ମଧ୍ୟ ଏପ୍ରିଲ ମାସରୁ ଆମେ ଗାଁ ଗାଁ ରେ ପିଇବା ପାଣି ଯୋଗାଇ ଦେବୁ ।

ଏପଟେ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ହେଉଥିବା ପ୍ରକଳ୍ପ କେବେ ସରିବ କେବେ ଉପକୃତ ହେବେ କଣାସ ବ୍ଲକ ର ୨୮ ପଂଚାୟତ ର ଲୋକେ ତାହା ତ ସମୟ କହିବ । ହେଲେ ବର୍ତମାନ ଏହି ଖରା ସମୟ ରେ ପାନୀୟ ଜଳ ଯୋଗାଣ କରାଯିବା ନିହାତି ଜରୁରୀ ରହୁଛି ।