କନକ ବ୍ୟୁରୋ : ମହିଳାଙ୍କୁ ମାଡ । ଘର ଆଗରେ ରାସ୍ତା ଉପରେ ଘୋଷାଡି ଘୋଷାଡି ମହିଳାଙ୍କୁ ମାଡ ମରାଯାଉଥିବା ଚିତ୍ର ସାମ୍ନାକୁ ଆସିଛି । ଗଂଜାମ ଜିଲ୍ଲାର ବାଲ୍ୟସରା ପଂଚାୟତର ମହିଳା ଜଣଙ୍କ ଘରୋଇ ହିଂସାର ଶିକାର ହୋଇଥିବା ଜଣାପଡିଛି । ରାସ୍ତା ଉପରେ ମହିଳା ଜଣଙ୍କୁ ତାଙ୍କ ଦେଢଶୁର, ବଡ ଯାଆ ଓ ପୁତୁରା ମାଡ ମାରୁଥିବା ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କ ଚୁଟିକୁ ଧରି ଘୋଷାଡୁଛନ୍ତି ।
ମାଡ ଖାଉଥିବା ମହିଳା ଜଣଙ୍କ ହେଉଛନ୍ତି ଗାୟତ୍ରୀ ସ୍ୱାଇଁ । ତେବେ ମିଳିଥିବା ସୂଚନା ମାଡ ଖାଉଥିବା ମହିଳାଙ୍କ ଜମିରେ ତାଙ୍କ ଚାଷ କରୁଛନ୍ତି । କିନ୍ତୁ ଜମିରୁ ଅମଳ ଧାନ ଦେଉନାହାନ୍ତି । ଯାହାକୁ ନେଇ ବିବାଦ ଉପୁଜିଛି । ଏବଂ ଏହି ଘଟଣାରେ ଦେଢଶୁର ରାଗି ଯାଇ ଗାଁ ଦାଣ୍ଡରେ ଗାୟତ୍ରୀଙ୍କୁ ମାଡ ମାରିଛନ୍ତି । ପରେ ତାଙ୍କ ପୁଅ-ସ୍ତ୍ରୀ ମଧ୍ୟ ମାଡ ମାରିଥିବା ଗାୟତ୍ରୀ ଥାନା ଅଭିଯୋଗ କରିଛନ୍ତି । ଥାନାକୁ ୩ ଦିନ ଧରି ଦୌଡିବା ପରେ ବି ପୁଲିସ ପଦକ୍ଷେପ ନେଉନଥିବା ସେ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/Crime-against-Women.jpg)