ଭୁବନେଶ୍ୱରରେ ଚାଂଚଲ୍ୟ । ସ୍ୱାମୀ ଆଗରେ ସ୍ତ୍ରୀକୁ ଢାବା ମାଲିକ ଦୁଷ୍କର୍ମ କରିଥିବା ଅଭିଯୋଗ । ସ୍ୱାମୀ ଅଟକାଇବାକୁ ଉଦ୍ୟମ କରିବାରୁ ନିସ୍ତୁକ ମାଡ ମାରିଲେ ଢାବା ମାଲିକ । କହିଲେ, ବାହାରେ ପ୍ରକଟ କଲେ ଚାକିରିରୁ କାଢି ଦେବେ

5,906

କନକ ବ୍ୟୁରୋ : ସ୍ୱାମୀ ଆଗରେ ସ୍ତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏଭଳି ଅମାନବୀୟ ଘଟଣା ଘଟିଛି ଖୋଦ୍ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରେ ଥିବା ଏକ ଢାବାରେ । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ପୁଲିସ ଢାବାର ମ୍ୟାନେଜର ସୁକାନ୍ତ ନାୟକଙ୍କୁ ଗିରଫ କରିବା ସହ ପୀଡିତାଙ୍କ ଡାକ୍ତରୀମାଇନା କରିଛି ।

ଭୁବନେଶ୍ୱର ମାଷ୍ଟର କ୍ୟାନ୍ଟିନ୍ ନିକଟରେ ଥିବା ଏକ ଢ଼ାବାରେ ଗତ ଶନିବାର ରାତିରେ ଘଟିଛି ଏହି ଘଟଣା । ଢ଼ାବାରେ କାମ କରୁଥିଲେ ସ୍ୱାମୀ-ସ୍ତ୍ରୀ । ଆଉ ଏହି ସ୍ତ୍ରୀ ଜଣକ ଉପରେ ଆଖି ପକାଇଥିଲା, ଢ଼ାବାର ମ୍ୟାନେଜର । ଶନିବାର ଦିନ, ଢ଼ାବା ଖାଲି ଥିବା ସମୟରେ ମହିଳାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ହେଲେ ଦୁଷ୍କର୍ମ ସମୟରେ ସ୍ୱାମୀ ଆସି ଅଟକାଇବାକୁ ଉଦ୍ୟମ କରିବାରୁ ଢ଼ାବା ମ୍ୟାନେଜର ତାକୁ ନିସ୍ତୁକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି ।

ଏନେଇ କ୍ୟାପିଟାଲ୍ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୀଡ଼ିତାଙ୍କ ଡାକ୍ତରୀମାଇନା କରି ତଦନ୍ତକୁ ଆଗକୁ ବଢାଇଛି ପୁଲିସ । ବଡ଼ କଥା ହେଉଛି, ଏହି ଢ଼ାବା ଉପରେ ପୂର୍ବରୁ ଅନେକ ଥର ଚଢ଼ାଇ କରିଛି ପୁଲିସ୍ । ଅସାମାଜିକ ତତ୍ୱଙ୍କ ମେଳି କାରଣରୁ ଚଢ଼ାଇ କରି ଢ଼ାବା ବନ୍ଦ କରିବାର ବି ନଜରି ରହିଛି ।