ଥାନା ଆଗରେ ମହିଳାଙ୍କ ଆତ୍ମହୂତି ଉଦ୍ୟମ । ଜମି ବାଡି ବିବାଦକୁ ନେଇ ଥାନାରେ ଅଭିଯୋଗ କରିିଥିଲେ ମହିଳା । ଶୁଣିଲାନି ପୁଲିସ, ଥାନା ଆଗରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ ।

143

କନକ ବ୍ୟୁରୋ : ପୁଲିସ ବିରୋଧରେ ପକ୍ଷପାତିିତା ଅଭିଯୋଗ ଆଣି ଥାନା ଆଗରେ ମହିଳାଙ୍କ ଆତ୍ମହୂତି ଉଦ୍ୟମ । କେନ୍ଦ୍ରାପଡା ରାଜକନିକା ଥାନା ହାଟସାହି ଗାଁର ମାନିନି ସାହାଣୀ ଜମି ବାଡି ବିବାଦକୁ ନେଇ ଥାନାରେ ଅଭିଯୋଗ କରିିଥିଲେ ମହିଳା । ହେଲେ କାର୍ଯ୍ୟାନୁଷ୍ଠାନ ନେଲା ନାହିଁ ପୁଲିସ । ଫଳରେ ଥାନା ଆଗରେ ଦେହରେ କିରୋସିନ ଢାଳି ଆତ୍ମହୂତି ଉଦ୍ୟମ କଲା ବେଳେ ତାଙ୍କୁ ଅଟକାଇଛି ପୁଲିସ ।

ଜମି ବାଡି ବିବାଦ ଲାଗିରହିଥିବାରୁ ମାନିନୀ ସାହାଣୀ ଅନ୍ୟତ୍ର ଅନାବାଦୀ ଜାଗାରେ ଘର କରି ରହୁଥିଲେ । ହେଲେ ସେଠାରେ ବି ତାଙ୍କ ସଂର୍ପକୀୟ ଦିଅରମାନେ ଆସି ମାଡ଼ ମାରିଥିଲେ । ଏନେଇ ୧୦ ଦିନ ହେବ ସେ କଣ୍ଡିଆଫାଣ୍ଡିରେ ମାମଲା ରୁଜୁ କରିଥିଲେ । ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ସେ ଥାନା ଆଗରେ ଆତ୍ମାହୂତି ଉଦ୍ୟମ କରିଥିଲେ ।