କନକ ବ୍ୟୁରୋ : ଆଜି ସକାଳେ ଯାଜପୁର ସଦର ଥାନା ଅଞ୍ଚଳର ଜାହାନପୁର ପଞ୍ଚାୟତ ଅନ୍ତର୍ଗତ କପିଳେଶ୍ୱର ଗ୍ରାମର ଶୁଖି ଆସୁଥିବା ଏକ ପୋଖରୀରୁ ଜଣେ ମହିଳାଙ୍କ କଙ୍କାଳ ଦିଶୁଥିବା ଗଳିତ ଶବ ଉଦ୍ଧାର ହୋଇଛି।

Advertisment

ସ୍ଥାନୀୟ ବାସିନ୍ଦା ରାସ୍ତାକଡ଼ରେ ଥିବା ଉକ୍ତ ପୋଖରୀରେ କଙ୍କାଳଟି ପଡ଼ିଥିବା ଦେଖିବା ପରେ ଘଟଣାଟି ଲୋକଲୋଚନକୁ ଆସିଛି। ମହିଳାଙ୍କ କଙ୍କାଳରେ ଓଢ଼ଣିଟିଏ ବନ୍ଧା ହୋଇଛି। ତାଙ୍କର ବୟସ ପ୍ରାୟ ୩୦ କିମ୍ବା ୩୫ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି ।

ପ୍ରାୟ ମାସକ ତଳେ କେହି ଉକ୍ତ ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କର ଶବଟିକୁ ଜଳପୂର୍ଣ୍ଣ ପୋଖରୀରେ ଫିଙ୍ଗି ଦେଇଥାଇ ପାରନ୍ତି ବୋଲି ଲୋକେ ଅନୁମାନ କରୁଛନ୍ତି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି।