କନକ ବ୍ୟୁରୋ : ଗାଁ ଗାଁରେ ଜାରି ରହିଛି ନେତା, ମନ୍ତ୍ରୀଙ୍କୁ ବିରୋଧ । ପଂଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଗଲାବେଳେ ଘେରିଯାଇ ପ୍ରଶ୍ନ କରୁଛନ୍ତି ଭୋଟର । ଏହି କ୍ରମରେ ପୁଣିଥରେ ହଟହଟା ହୋଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ନିମାପଡା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ ମହିଳାଙ୍କ ବିରୋଧର ଶିକାର ହୋଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Advertisment

ସାଇଁସ ପଂଚାୟତ ତୋରିହଁବନ୍ଧରେ ମହିଳାମାନେ ମନ୍ତ୍ରୀଙ୍କୁ ଘେରି ଯାଇ ପ୍ରଶ୍ନ କରିଛନ୍ତି । ପୂର୍ବ ନିର୍ବାଚନରେ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରଖିନଥିବା ଅଭିଯୋଗ କରିଛନ୍ତି ମହିଳା । ଏତେଦିନ ଯାଏଁ ମନ୍ତ୍ରୀ କୁଆଡେ ଥିଲେ ? ଘର ଖଣ୍ଡିଏ କାହିଁକି ଦେଲେ ନାହିଁ ? ନିର୍ବାଚନ ପରେ କୁଆଡେ ଥିଲେ ଏବେ ପୁଣି ନିର୍ବାଚନ ଆସବାରୁ କାହିଁକି ଆସିଲେ ? ଏହିଭଳି ଏକାଧିକ ପ୍ରଶ୍ନ ବାଣରେ ମନ୍ତ୍ରୀଙ୍କୁ ଘାଇଲା କରିଦେଇଥିଲେ ଗାଁର ମହିଳା । ଦୀର୍ଘ ସମୟ ଧରି ସ୍ଥାନୀୟ ମହିଳା ଓ ମନ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

କିଛିଦିନ ତଳେ ମନ୍ତ୍ରୀଙ୍କୁ ବିରୋଧ କରିଥିଲେ ଦଳର ଅସନ୍ତୁଷ୍ଟ କର୍ମୀ । ଗୋପ ବ୍ଲକ ନାଗପୁର ବଜାରରେ ଦୀର୍ଘ ସମୟ ଧରି ମନ୍ତ୍ରୀଙ୍କୁ ଅଟକ ରଖିଥିଲେ । ଏବେ ପୁଣି ମନ୍ତ୍ରୀ ନିମାପଡା ନିର୍ବାଚନ ମଣ୍ଡଳୀର ୧୮ ନମ୍ବର ଜିଲ୍ଲା ପରିଷଜ ଜୋନ୍ ଅଧିନରେ ଥିବା ହରିପୁର, ଗଡପଦନପୁର, ବଳଙ୍ଗା, ଗୋପୀନାଥପୁର, ଉଛୁପୁର, ନୂଆସନ୍ଥ, ସାଇଁସ ଓ କୋଟକସାଙ୍ଗ ପଂଚାୟତରେ ମନ୍ତ୍ରୀ ପ୍ରଚାର କରୁଥିବାବେଳେ ସାଇଁସରେ ବିରୋଧର ସାମ୍ନ କରିଛନ୍ତି ।