ଭୁବନେଶ୍ୱରରେ ଭଡାଟିଆ ବନାମ ଘରମାଲିକ କଳି: ୟୁନିଟ-୯ରେ ମହିଳାଙ୍କ ମୃତ୍ୟୁ ନେଇ ବଢୁଛି ସନ୍ଦେହ, ମାଲିକଙ୍କ ବିରୋଧରେ ହତ୍ୟା ଅଭିଯୋଗ

15

କନକ ବ୍ୟୁରୋ: ଭୁବନେଶ୍ୱର ୟୁନିଟ-୯ ଅଂଚଳରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ମର୍ଣ୍ଣିଂ ୱାର୍କରୁ ଫେରିବା ପରେ, ପତ୍ନୀଙ୍କୁ ନିଆଁରେ ପୋଡି ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସ୍ୱାମୀ । ଘର ବାରଣ୍ଡାରେ ମହିଳାଙ୍କୁ ଜଳୁଥିବାର ଦେଖି ଘର ମାଲିକ ଦେଖି ପୁଲିସକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପୁଲିସ ପହଂଚିବା ବେଳକୁ ମହିଳାଙ୍କ ମୃତ୍ୟୁ ହୋଇ ସାରିଥିଲା ।

ତେବେ ଘର ମାଲିକ ଓ ଭଡାରେ ଥିବା ପରିବାରଙ୍କ ଭିତରେ ଗଣ୍ଡଗୋଳକୁ ନେଇ ଏଭଳି କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ତାଙ୍କ ପତ୍ନୀଙ୍କୁ ହତ୍ୟା କରାଯାଇଥିବା ମୃତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । କିଛି ଦିନ ତଳେ ଘର ଛାଡିବା ନେଇ ଘର ମାଲିକ ଏବଂ ଭଡାଟିଆଙ୍କ ଭିତର ଗଣ୍ଡଗୋଳ ଥାନାରେ ସମାଧାନ ହୋଇଥିଲା ।

ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ତେବେ ସରକାରୀ ଘର ଆଗକୁ ବଢାଇ ବେଆଇନ ଭାବେ ଘର ତୋଳି ଏହାକୁ ଭଡା ଲଗାଯାଇଥିବା ଘର ମାଲିକ ସ୍ୱୀକାର କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.