କନକ ବ୍ୟୁରୋ : ରାଜଧାନୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଭିମଟାଙ୍ଗି ସ୍ଥିତ ହାଉସିଂ ବୋର୍ଡ଼ କଲୋନୀରୁ ଘର ଭିତରୁ ମୃତଦେହ ଉଦ୍ଧାର କଲା ଏୟାଫିଲ୍ଡ ଥାନା ପୋଲିସ । ତେବେ ସେହି ଘରେ ଆଉ ଜଣେ ଆହତ ବ୍ୟକ୍ତିଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ମହିଳଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୁଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।
ରାଜଧାନୀରୁ ମହିଳାଙ୍କ ମୃତଦେହ ଉଦ୍ଧାର : ଘର ଭିତରୁ ମୃତଦେହ ଉଦ୍ଧାର କଲା ଏୟାଫିଲ୍ଡ ଥାନା ପୋଲିସ
/kanak/media/post_attachments/wp-content/uploads/2018/09/12_03_2018-murder-deadbody.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)