ଟିଭି ଦେଖିଲା ବେଳେ ବିସ୍ଫୋରଣ । ପତ୍ନୀ ମୃତ , ସ୍ୱାମୀ ଓ ଶିଶୁ କନ୍ୟା ଗୁରୁତର । ସୁନ୍ଦରଗଡରେ ଅଭାବନୀୟ ଘଟଣା

ସର୍ଟସର୍କିଟରୁ ଅଗ୍ନିକାଣ୍ଡ ସନ୍ଦେହ

830

କନକ ବ୍ୟୁରୋ: ଟିଭି ଦେଖିଲାବେଳେ ହଠାତ ହେଲା ବିସ୍ଫୋରଣ । ଏଥିରେ ପୁରା ପରିବାର ପୋଡି ଯାଇଥିବାବେଳେ ଜଣେ ମହିଳା ବବି ନାୟକଙ୍କର ମୃତ୍ୟୁ ହୋଇଛି । ନିଆଁରେ ପୋଡି ସ୍ୱାମୀ ଡିଲେଶ୍ୱର ଓ ୮ ମାସର ଝିଅ ଗୁରୁତର ହୋଇପଡିଛନ୍ତି । ଗାଁ ଲୋକେ ପୁରା ପରିବାରକୁ ଉଦ୍ଧାର କରି ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ପରେ ବାପା, ଝିଅଙ୍କୁ ରାଉରକେଲା ଆଇଜିଏଚ ସ୍ଥାନାନ୍ତର କରାଯାଇଛି । ଗତକାଲି ଅପରାହ୍ନରେ ମାଆ ବବି ନାୟକ ୮ ମାସର ଝିଅକୁ କୋଳରେ ଧରି ଏକ ପୁରୁଣା ମଡେଲର ଟିଭିରେ ଧାରାବାହିକ ଦେଖୁଥିଲେ ।

ଏତିକିବେଳେ ହଠାତ୍ ଟିଭିଟିରେ ବିସ୍ଫୋରଣ ହୋଇଥିଲା । ନିଆଁ ଛିଟିକି ଆସି ବବିଙ୍କ ଦେହରେ ଲାଗି ଯାଇଥିଲା । ବାପା ଡିଲେଶ୍ୱର ଝିଅକୁ ବବିଙ୍କ କୋଳରୁ ଉଠାଇ ନେଇ ଦୂରକୁ ଫିଙ୍ଗି ଦେଇଥିଲେ । ହେଲେ ପତ୍ନୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କଲାବେଳକୁ ପତ୍ନୀ ସଂପୂର୍ଣ୍ଣ ଜଳି ଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଡିଲେଶ୍ୱରଙ୍କ ଚିକ୍ରାର ଶୁଣି ପଡୋଶୀମାନେ ଧାଇଁ ଆସିଥିଲେ ବି ଘର ଭିତରପଟୁ ବନ୍ଦ ରହିଥିଲା । ଡିଲେଶ୍ୱର କବାଟ ଖୋଲିଲା ବେଳକୁ ସେ ଓ ଝିଅ ନିଆଁରେ ଗୁରୁତର ହୋଇପଡିଥିଲେ । ଆମ୍ବୁଲାନ୍ସ ଯୋଗେ ଦୁହିଁଙ୍କୁ ହସ୍ପିଟାଲ ଅଣାଯାଇଥିଲା ।