ସୁପ୍ରିମକୋର୍ଟ ତରଫରୁ ସ୍ୱାମୀ ଦ୍ୱାରା ସ୍ତ୍ରୀ ଏବଂ ଝିଅକୁ ବେଶ୍ୟା କହିବା ମାମଲାରେ ବଡ ରାୟ ଶୁଣାଇଛନ୍ତି । କୋର୍ଟ ତରଫରୁ କୁହାଯାଇଛି କି ସ୍ୱାମୀ ନିଜ ସ୍ତ୍ରୀ ଏବଂ ଝିଅକୁ ବେଶ୍ୟା ସମ୍ବୋଧନ କଲା ସେଥିପାଇଁ ରାଗରେ ସ୍ତ୍ରୀ ସ୍ୱାମୀର ହତ୍ୟା କରିଦେଲା ଏହାକୁ ହତ୍ୟା ମନାଯିବ ନାହିଁ । ଏହା କେବଳ ବିନା ଯୋଜନାରେ କରାଯାଇଥିବା ହତ୍ୟା ଅଟେ । କୋର୍ଟ ତରଫରୁ କୁହାଯାଇଥିଲା ଯେ ସ୍ୱାମୀ ସ୍ତ୍ରୀ , ଝିଅକୁ ବେଶ୍ୟା କହିଥିବାରୁ ସ୍ତ୍ରୀ ନିଜ ଉପରୁ କଣ୍ଟ୍ରୋଲ୍ ହରାଇ ସ୍ୱାମୀ ଉପରେ ଆକ୍ରମଣ କରିଥିଲେ । ଆପଣଙ୍କୁ କହିରଖୁଛୁ କି ତାମିଲନାଡୁର ଜଣେ ମହିଳାଙ୍କ ସହ ପଡୋଶୀ ଘରର ଜଣେ ବ୍ୟକ୍ତିଙ୍କ ସହ ପ୍ରେମସଂବନ୍ଧ ଥିବା ସନ୍ଦେହ କରି ସ୍ୱାମୀ ଉକ୍ତ ମହିଳା ଏବଂ ତାଙ୍କ ବଡ ଝିଅକୁ ବେଶ୍ୟା ସମ୍ବୋଧନ କରିଥିଲେ । ଏହାକୁ ନେଇ ଘରେ ବିବାଦ ଉପୁଜିଥିଲା । ଉକ୍ତ ସମୟରେ ପଡୋଶୀ ଘରୁ ଲୋକ ଆସି ବ୍ୟକ୍ତିଜଣଙ୍କୁ ଏଭଳି ଅପଶବ୍ଦ କହିବାରୁ ରୋକିଥିଲେ ମଧ୍ୟ ସେ ରହିନଥିଲେ ।
ଏହାପରେ ସ୍ୱାମୀଙ୍କ ଅଭଦ୍ରତାରେ ଅତିଷ୍ଟ ହୋଇ ପତ୍ନୀ ତାଙ୍କ ଉପରକୁ ଆକ୍ରମଣ କରି ତାଙ୍କ ଗଳା ଚିପି ହତ୍ୟା କରିଥିଲେ । ଏହାପରେ କିଛି ବିଚାର ନପାଇ ଏକ ଭଙ୍ଗା କାରରେ ଶବକୁ ଲୁଚାଇ ଦିଆଯାଇଥିଲା । ୪୦ ଦିନ ପରେ ଗଳିତ ଶବ କାରରୁ ପୋଲିସ୍ ଜବତ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/supreme-court-1531134696.jpg)
/kanak/media/post_attachments/wp-content/uploads/2019/01/husband-wife-ladai-300x169.jpg)